fbpx
BSKY
BJD MC SKY
BJD YOUTH SKY

ପିପିଲିର ଦୁଇ ଗାଁ ଦଶ ଦିନ ପାଇଁ ସଟଡାଉନ

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପିପିଲିର ଦୁଇଟି ଗାଁରେ ୧୦ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଦାନଗହିରୀ ଓ ଜୟପୁର ଶାସନ ଅଞ୍ଚଳ ସଟଡାଉନ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ରାଜ୍ୟରେ ଦିନକୁ ଦିନ ଏହିପରି ସ୍ଥିତି ସଙ୍ଗୀନ ହେବା ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲିର ଦୁଇଟି ଗାଁରେ ସଟଡ଼ାଉନ ଲାଗୁ ହୋଇଛି ।

Get real time updates directly on you device, subscribe now.