fbpx

ବରଣମାଳା ସମୟରେ କିସ୍ କରିବାକୁ ନେଇ ଝଗଡା, ଏହା ପରଦିନ ଝିଅ ଫେରାର ହୋଇ..

Advertisement

ନୂଆଦିଲ୍ଲୀ: ବରଣମାଳା ସମୟରେ ବର-କନ୍ୟା କିସ୍ କରିବାକୁ ନେଇ ଝଗଡ଼ା ଲାଗିଲା । ଏହି ଝଗଡାରେ ଦୁହିଁଙ୍କ ପକ୍ଷ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ହେଲେ ଏହା କୁହାଯାଉଛି ଯେ, କନ୍ୟା ଘରୁ ଲୁଚି ସେହି ପୁଅକୁ ବିବାହ କରିଛି । ଏହି ପୁରା ଘଟଣା ୨୦ ମେ ସୋମବାର ଦିନ ଉତ୍ତର ପ୍ରଦେଶର ହାପୂଡ଼ ଜିଲ୍ଲାରେ ଘଟିଛି ।

ସୂଚନା ମୁତାବକ ଏଠାରେ ଦୁଇ ଭଉଣୀଙ୍କର ବିବାହ ହେଉଥିଲା । ହାପୁଡ ଥାନା ଅନ୍ତର୍ଗତ ମୋହଲ୍ଲା ଅଶୋକ ନଗରରେ ବିବାହର ଅୟୋଜନ କରାଯାଇଥିଲା । ଏହାରି ମଧ୍ୟରେ ବରଣମାଳା ସମୟରେ ବର ନିଜ ସ୍ତ୍ରୀକୁ କିସ୍ କରିଥିଲା । ଏହି କଥାକୁ ନେଇ ଝିଅ ପକ୍ଷ ଲୋକେ ରାଗି ଯାଇଥିଲେ । ଏଥିସହ ସେମାନେ ବିବାହ କାର୍ଯ୍ୟକ୍ରମରେ ଖୁବ ଜୋରରେ ଝଗଡ଼ା କରିଥିଲେ ଏବଂ ବର ପକ୍ଷ ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କୁ ହେପାଜତରେ ନେଇଥିଲା । ହେଲେ ଝଗଡା ପରେ ସେମାନେ ବାହାରକୁ ଆସିଥିଲେ ।

ଏହି ପୂରା ଘଟଣା ପରେ କନ୍ୟାର ମନରେ ବର ପ୍ରତି ପ୍ରେମ ଜାଗରଣ ହୋଇଥିଲା । ଝଗଡ଼ାର ଗୋଟିଏ ଦିନ ପରେ ଝିଅ ନିଜ ଘରୁ ଫେରାର ହୋଇଯାଇଥିଲା ଏବଂ ବର ପାଖରେ ପହଞ୍ଚିଥିଲା । ସୂଚନାନୁଯାୟୀ, ଏମାନେ ପରସ୍ପରକୁ ଛୋଟ ବେଳୁ ଜାଣିଥିଲେ । ସେହିପରି ଘରୁ ବାହାରିବା ପରେ କନ୍ୟା ସେହି ପୁଅକୁ ବିବାହ କରିଥିଲା । ତେବେ ଏହି ଘଟଣା ସାରା ଗାଁରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

Get real time updates directly on you device, subscribe now.