fbpx

ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଆପଣାଇବେ ଫିଲ୍ମ ନିର୍ଦ୍ଦେଶକ ଅଲୀ ଅକବର୍

ମୁମ୍ବାଇ: ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସମେତ ୧୩ ଜଣ ଯବାନଙ୍କ ପରଲୋକ ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି । ଗୋଟେପଟେ ସମଗ୍ର ଦେଶ ସହୀଦ୍ ମାନଙ୍କୁ ସମ୍ମାନିତ କରାଯାଉଥିବା ବେଳେ ଅନ୍ୟପଟେ କଟ୍ଟରପନ୍ଥୀ ମାନେ ଏହାକୁ ନେଇ ଖୁସି ମନାଉଛନ୍ତି । କଟ୍ଟରପନ୍ଥୀ ମାନେ ଦେଶର ବରିଷ୍ଠ ଅଧିକାରୀ ତଥା ସମ୍ମାନୀୟ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହି କାରଣରୁ କେରଳର ମାଲାୟାଲମ୍ ଫିଲ୍ମ ନିର୍ଦ୍ଦେଶକ ଅଲୀ ଅକବର୍ ଖୁବ୍ କ୍ଷୁବ୍ଧ ହୋଇଛନ୍ତି ଓ ଧର୍ମ ପରିବର୍ତ୍ତନ କରିବା କଥା ଘୋଷଣା କରିଛନ୍ତି । ସେ ଖୁବ୍ ଶୀଘ୍ର ନିଜ ପତ୍ନୀଙ୍କ ସହିତ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ସେ ଫେସବୁକ୍ ଲାଇଭ୍ ରେ କହିଛନ୍ତି । ଇସଲାମ୍ ଧର୍ମ ରୁ ହିନ୍ଦୁ ଧର୍ମକୁ ପରିବର୍ତ୍ତନ କରିବେ ବୋଲି ଲାଇଭ୍ ରେ ଘୋଷଣା କରିଛନ୍ତି ।

ଅଲୀ ଅକବର, ବିପିନ ରାୱତଙ୍କ ଶହୀଦ ହେବା ପରେ ଏକ ଲାଇଭ ଭିଡିଓ କରିଥିଲେ, ଯେଉଁଥିରେ କିଛି ଜଣ ହସୁଥିବା ଇମୋଜି ରଖିଥିଲେ। ଏହି ସମୟରେ, ଏହି ଲୋକମାନେ ସିଡିଏସ୍ ରାୱତଙ୍କୁ ପରିହାସ କରିବାକୁ ଚେଷ୍ଟା କରିଥିଲେ । ଲୋକଙ୍କ ଏହି ମନୋଭାବ ଅଲି ଆକବରଙ୍କ ଭାବନାକୁ ଆଘାତ ଦେଇଛି । ଫେସବୁକ୍ ଲାଇଭରେ ଆସି ସେ ଏ ବିଷୟରେ କହିଥିଲେ। ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଲୀ ଆକବର କହିଛନ୍ତି, ‘ଏହାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ ଏବଂ ସେଥିପାଇଁ ମୁଁ ମୋର ଧର୍ମ ଛାଡୁଛି। ମୋର ଏବଂ ମୋ ପରିବାରର କୌଣସି ଧର୍ମ ନାହିଁ।

Get real time updates directly on you device, subscribe now.