fbpx

ଭୁବନେଶ୍ୱରରେ ପହଞ୍ଚିଲା ଓଡ଼ିଆ ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି । ତାଙ୍କ ମର ଶରୀରକୁ ଚିହ୍ନଟ କରାଯିବା ପରେ ବାୟୁସେନା ଅଧିକାରୀ ରାଣାପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି । ବିମାନ ବନ୍ଦରରେ ରାଣାପ୍ରତାପଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ରାଣାପ୍ରତାପଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ବିମାନ ବନ୍ଦରରୁ ପାର୍ଥିବ ଶରୀର ରାଣାପ୍ରତାପଙ୍କ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ଅନ୍ତମ ସଂସ୍କାର ହେବ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି ।

ତେବେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ ଦାସ । ତାମିଲନାଡୁର କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ରାଣା ପ୍ରାଣ ହରାଇଥିଲେ । ଶେଷକୃତ୍ୟ ପାଇଁ ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସାହାସୀ ପୁଅକୁ ଅନାଇ ବସିଛି ପୁରା ଗାଁ । ପରିବାର ଲୋକଙ୍କ ଆଖିରୁ ଲୁହର ଶୁଖୁନି । ଏହି ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.