ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଆଜି ପରଲୋକ ହୋଇଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ମନମୋହନଙ୍କ ଅବଦାନ ସ୍ମରଣୀୟ ବୋଲି ସେ କହିଛନ୍ତି ।
୬୯ବର୍ଷ ବୟସରେ ମନମୋହନଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହିନ୍ଦୀ ଫିଲ୍ମ ବିଟ୍ସ ଆଣ୍ଡ ପିସେସ୍ ର ସେ ନିର୍ଦ୍ଦେଶନା ଦେଇଥିଲେ । ମନମୋହନଙ୍କ ନିର୍ଦ୍ଦେଶିତ ନିରବ ଝଡ଼ ଜାତୀୟ ପୁରଷ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ମଝି ପାହାଚ, ନିଶିଦ୍ଧ ସ୍ୱପ୍ନ ତାଙ୍କର ସୃଷ୍ଟି । ଏହାସହ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଥିଲା ଶୀତ ରାତି । ୧୯୮୨ରେ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ସ୍ଥାନ ପାଇଥିଲା ।
ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପବିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) January 13, 2020