fbpx

SBI, HDFC ଓ ICICI ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଯଦି ଆପଣ ବ୍ୟାଙ୍କରୁ ଲୋନ ନେବା ପାଇଁ ପ୍ଲାନିଂ କରୁଛନ୍ତି, ତେବେ ଏହି ଖବର ଆପଣଙ୍କୁ ବେନିଫିଟ୍ ଦେଇପାରେ । ବ୍ୟାଙ୍କିଂ ସିଷ୍ଟମକୁ ଅଧିକ ସହଜ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଗାହକମାନେ ବ୍ୟାଙ୍କ ସହିତ ଅଧିକ ସଂଖ୍ୟାରେ ଯୋଡ଼ି ହୋଇ ପାରିବେ ।

ନିର୍ମଳା କହିଛନ୍ତି, ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ସୁବିଧା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ବିଶେଷ କରି ଗ୍ରାହକମାନେ କିପରି ସହଜରେ ଲୋନ ନେଇପାରିବେ ସେଥିପ୍ରତି ପଦକ୍ଷେପ ନେବା ଦରକାର । ନିକଟରେ ଅନୁଷ୍ଠିତ ହୋଇଥିବା ଉଦ୍ୟୋଗ ପ୍ରତିନିଧି ଓ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ମଳା ଏହି ପ୍ରସ୍ତାବ ଦେଇଥିଲେ । ଅର୍ଥମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଫଳରେ ଏସିବିଆଇ, ଏଚଡିଏଫସି, ଆଇସିଆଇସିଆଇ ସମେତ ସମସ୍ତ ବ୍ୟାଙ୍କ ଗ୍ରାହକମାନେ ଫାଇଦାରେ ରହିବେ ।

ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବାକୁ ପ୍ରୟାସ କରିବା ଦରକାର । ଗ୍ରାହକଙ୍କ ସମସ୍ୟା ଓ ସୁବିଧା ଉପରେ ବ୍ୟାଙ୍କମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ଏନେଇ ଏସବିଆଇ ଚେୟାରମ୍ୟାନ ଦିନେଶ କୁମାର ଖାରା କହିଛନ୍ତି, ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କରେ ଡିଜିଟାଲୀକରଣ ପ୍ରକ୍ରିୟାକୁ ବୃଦ୍ଧି କରାଯାଉଛି । ଏହାଫଳରେ ଗ୍ରାହକଙ୍କୁ ବ୍ୟାଙ୍କିଂ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.