fbpx

ଆପଣଙ୍କୁ ରାତିରେ ଆସୁଛି କି ବିବାହର ଏହି ସ୍ୱପ୍ନ: ହୋଇ ଯାଆନ୍ତୁ ସାବଧାନ ,ଜାଣନ୍ତୁ ସ୍ୱପ୍ନ ଶାସ୍ତ୍ରରେ କଣ ରହିଛି ଏହାର ଅର୍ଥ

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ଦେଖୁଥିବା ସ୍ୱପ୍ନରେ ମିଳୁଥିବା ସଂକେତ ଏବଂ ଏହାର ପରିଣାମ ବିଷୟରେ କୁହାଯାଇଥାଏ ।

ତେବେ ଆମେ ଶୋଇଥିବା ସମୟରେ ବିବାହର କିଛି ସ୍ୱପ୍ନ ଦେଖିଥ।ନ୍ତି । କିନ୍ତୁ ଏହି ବିବାହ ସହ ଜଡିତ ଏପରି କିଛି ସ୍ୱପ୍ନ ରହିଛି ଯାହା ଆମକୁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ସମ୍ପର୍କରେ ସୂଚନା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବିବାହ ସହ ଜଡିତ ଏହି ସ୍ୱପ୍ନ ବିଷୟରେ…

ବରଯାତ୍ରୀ ସ୍ୱପ୍ନ: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ବରଯାତ୍ରୀ ଯାଉଥିବାର ଦୃଶ୍ୟ ଦେଖୁଛନ୍ତି ତେବେ ଏହା ଆପଣଙ୍କୁ ଏକ ଅଶୁଭ ଘଟଣାର ସଂକେତ ଦେଇଥାଏ ।ତେବେ ଏଭିଳି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ କିମ୍ବା ଆପଣଙ୍କ ପ୍ରିୟଜନ ନିକଟ ଭବିଷ୍ୟରେ କିଛି ଗୋଟେ ଗମ୍ଭିର ରୋଗର ଶିକାର ହେବାକୁ ଯାଉଛନ୍ତି । ତେଣୁ ଏହି ସ୍ୱପ୍ନ ଦେଖିଲେ ସମୟ ଥାଉ ଥାଉ ସତର୍କ ହୋଇଯିବା ଆବଶ୍ୟକ ।

ହାତଗଣ୍ଠି ସ୍ୱପ୍ନ: ଯଦି ଆପଣ ସ୍ୱପ୍ନରେ ହାତଗଣ୍ଠି ପଡୁଥିବାର ଦୃଶ୍ୟ ଦେଖନ୍ତି ତେବେ ଆପଣ ଆଗକୁ କୌଣସି ବଡ ବିପଦର ସମ୍ମୁଖୀନ ହେବାକୁ ଯାଉଥିବାର ସଂକେତ ଦେଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣ କୌଣସି କାମରେ ଅସଫଳ ହେବାକୁ ଯାଉଛନ୍ତି । ଏଥିସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ନିଜ ବିବାହ ସ୍ୱପ୍ନ ଦେଖିବା:ଯଦି ଆପଣ ସ୍ୱପ୍ନରେ ନିଜ ବିବାହର ଦୃଶ୍ୟ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ଆପଣଙ୍କ ବୌବାହିକ ଜୀବନ ସୁଖମୟ ହେବାକୁ ଯାଉଛି । ଏହି ସ୍ୱପ୍ନ ପତି ପତ୍ନିଙ୍କ ମଧ୍ୟରେ ଭଲପାଇବା ବଢିବାର ସଂକେତ ଦେଇଥାଏ ।

ବର-କନ୍ୟା ଦେଖାଯାଇଥିବା ସ୍ୱପ୍ନ: ଆପଣ ସ୍ୱପ୍ନରେ ଯଦି ବର-କନ୍ୟାଙ୍କୁ ଦେଖନ୍ତି ଏହା ଆପଣଙ୍କୁ ଅଶୁଭ ଘଟଣାର ସଂକେତ ଦେଇଥାଏ । ଏହି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ ଆଗକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.