fbpx
BJD
BJD SKY
BJD SKY

ପୁରୁଣା ପେନସନ ସ୍କିମକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ସଂସଦରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ପୁରୁଣା ପେନସନ ସ୍କିମ (ଓପିଏସ)କୁ ଲାଗୁ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ଦେଶର ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ଏହି ପ୍ରସଙ୍ଗକୁ ଏକ ମୁଦ୍ଦା ଭାବେ ଉଠାଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପେନସନ ପ୍ରସଙ୍ଗରେ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତାବ ରଖିଥିଲେ । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, କେନ୍ଦ୍ର ଅର୍ଥ ସଚିବ ଟି.ଭି. ସୋମନାଥନଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ରାଷ୍ଟ୍ରୀୟ ପେନସନ ସ୍କିମ (ଏନପିସି)ର ଢାଞ୍ଚାରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି କି ନା ସେନେଇ ଏହି କମିଟି ପରାମର୍ଶ ଦେବ । କିପରି ସୁଧାର ଆଣିଲେ ଏନପିଏସରେ ସାମିଲ ହୋଇଥିବା ସରକାରୀ କର୍ମଚାରୀଙ୍କୁ ଫାଇଦା ମିଳିବ ସେ ନେଇ ଏହାକୁ ସଂଶୋଧନ କରାଯିବା ନେଇ ଏହି କମିଟି ପରାମର୍ଶ ଦେବ ।

ସୋମନାଥନଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି କମିଟିରେ କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ସଚିବ, ବ୍ୟୟ ବିଭାଗର ସ୍ୱତନ୍ତ୍ର ସଚିବ, ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ)ର ଅଧ୍ୟକ୍ଷ ସଦସ୍ୟ ରହିବେ । ସରକାରୀ କର୍ମଚାରୀଙ୍କ ଏନପିଏସ ଅନ୍ତର୍ଗତ ପେନସନ ସମ୍ବନ୍ଧୀୟ ପ୍ରସଙ୍ଗର ସମୀକ୍ଷା ପାଇଁ ଅର୍ଥ ସଚିବଙ୍କ ନେତୃତ୍ୱରେ କମିଟି ଗଠନ କରାଯିବ ବୋଲି ଗତମାସରେ ଅର୍ଥମନ୍ତ୍ରୀ ନିର୍ମଳା କହିଥିଲେ । ସୂଚନାଯୋଗ୍ୟ ଯେ, ଏନପିଏସ ଏବଂ ଓପିଏସରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ଅଲଗା ଅଲଗା ବେନିଫିଟ୍ ମିଳିଥାଏ । ଗତ ୨୦୦୪ ପରଠାରୁ ଦେଶରେ ଏନପିଏସ ଲାଗୁ ହୋଇଥିବା ବେଳେ ଦୁଇ ସ୍କିମରେ କିଛି ଫାଇଦା ରହିଥିବା ବେଳେ କିଛି କ୍ଷତି ରହିଛି ।

Get real time updates directly on you device, subscribe now.