fbpx

ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଲକ୍ଷ ଲକ୍ଷ ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ବେନିଫିଟ୍

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇର ଗ୍ରାହକଙ୍କୁ ବେନିଫିଟ୍ ମିଳିବ । ଯଦି ଆପଣମାନେ ବ୍ୟାଙ୍କରୁ ଲୋନ୍ ନେବାକୁ ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କିଂ ସିଷ୍ଟମର ସରଳୀକରଣ ଉପରେ ବୟାନ ଜାରି କରିଛନ୍ତି ।

ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କିଂ ସିଷ୍ଟମକୁ ଆହୁରି ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଅଧିକ ସଂଖ୍ୟକ ଗ୍ରାହକ ବ୍ୟାଙ୍କିଂ ସେବା ସହିତ ଯୋଡ଼ି ହୋଇ ପାରିବେ । ଲୋନ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ମାନକକୁ ଆକର୍ଷଣୀୟ କରିବା ଦରକାର ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କିଛିଦିନ ପୂର୍ବରୁ ଉଦ୍ୟୋଗ ପ୍ରତିନିଧିଙ୍କ ସହିତ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଏନେଇ ଆଲୋଚନା କରିଥିଲେ ।

ତେବେ ଅର୍ଥମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ସମେତ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କୁ ଫାଇଦା ମିଳିବ । ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବା ଦରକାର ବୋଲି ନିର୍ମଳା କହିଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖରା କହିଛନ୍ତି, ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କରେ ଡିଜିଟାଲୀକରଣ ପ୍ରକ୍ରିୟା ବୃଦ୍ଧି କରାଯାଉଛି । ଏହାଫଳରେ ଗ୍ରାହକଙ୍କର ବ୍ୟାଙ୍କିଂ ସେବା ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ବ୍ୟାଙ୍କିଂ ସେବାରେ ସୁଧାର ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.