fbpx

ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା: ଭାରତୀୟ ମୁଦ୍ରାର ସ୍ଥିତି ନେଇ ଅର୍ଥମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮୧ ଟଙ୍କା ପାଖାପାଖି ପହଞ୍ଚି ଯାଇଛି । କିଛିଦିନ ଧରି ଭାରତୀୟ ମୁଦ୍ରାର ସ୍ଥିତିରେ ନିମ୍ନମୁଖୀ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ସାମ୍ନାକୁ ଆସିଛି । ବିଶ୍ୱର ଅନ୍ୟ ଦେଶର ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ଅଧିକ ମଜବୁତ ସ୍ଥିତିରେ ରହିଛି । ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ସ୍ତରରୁ ତଳକୁ ଖସିବାରେ ଲାଗିଛି । ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଅର୍ଥ ମନ୍ତ୍ରଣାଳୟ ଟଙ୍କାର ସ୍ଥିତି ଉପରେ ଲଗାତର ନଜର ରଖିଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ମୁଦ୍ରାଗୁଡ଼ିକର ଏପରି ତଳ ଉପର ସ୍ଥିତିରେ କେବଳ ଭାରତୀୟ ମୁଦ୍ରୀ ଦୀର୍ଘ ଅବଧି ପର୍ଯ୍ୟନ୍ତ ନିଜର ସ୍ଥିତି ଜାହିର କରିପାରିବ । ଭାରତୀୟ ମୁଦ୍ରା ଏପରି ସ୍ଥିତିକୁ ସଠିକ୍ ଭାବେ ମୁକାବିଲା କରିପାରୁଛି ବୋଲି ସୀତାରମଣ କହିଛନ୍ତି । ଗତ କିଛି ମାସ ଧରି ଟଙ୍କାରେ ନିମ୍ନମୁଖୀ ଦେଖିବାକୁ ମିଳିଛି । ଗତ ୨୩ ତାରିଖରେ ଡଲାର ପିଛା ଟଙ୍କାର ସର୍ବନିମ୍ନ ସ୍ତର ୮୧.୦୯ ଟଙ୍କାରେ ପହଞ୍ଚିଥିଲା ।

ବିଦେଶୀ ମୁଦ୍ରା ବିନିମୟ ବଜାରରେ ପ୍ରଥମ ଥର ପାଇଁ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୮୧ ଟଙ୍କା ପାରି କରିଛି । ଏକ ସମୟରେ ଟଙ୍କା ୮.୨୩ ସ୍ତରରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଡଲାର ପ୍ରତି ୮୧.୦୯ ଟଙ୍କାରେ ବନ୍ଦ ହୋଇଥିଲା । ଗତକାଲି ଡଲାର ପ୍ରତି ଟଙ୍କା ୮୦.୭୯ ସ୍ତରରେ ରହିଥିଲା । କ୍ରମାଗତ ତୃତୀୟ ଦିନ ପାଇଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ତରରେ ରହିଛି । ଏହି ତିନି ଦିନ ମଧ୍ୟରେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୧୨୪ ପଇସା ହ୍ରାସ ଘଟିଥିବା ଦେଖାଯାଇଛି ।

Get real time updates directly on you device, subscribe now.