fbpx

PF ଉପରେ ସୁଧ ହାର ୮.୨୫ ପ୍ରତିଶତକୁ ବୃଦ୍ଧି; ସାଧାରଣ ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫଓ) ଜମା ଉପରେ ସୁଧ ହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି । ଚଳିତ ବର୍ଷ ଫେବୃଆରୀରେ ଏହା ଘୋଷଣା କରାଯାଇଥିଲା, ଯାହାକୁ ସରକାର ମେ ୨୦୨୪ ରେ ଅଧିସୂଚିତ କରିଥିଲେ, ଏବଂ ଏହାକୁ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିଛି ।

ସୋସିଆଲ ମିଡିଆରେ ସୁଧ ହାର ବୃଦ୍ଧି ବିଷୟରେ ଇପିଏଫଓ ସୂଚନା ଦେଇଛି । ଗତ ବର୍ଷ ମାର୍ଚ୍ଚ ୨୮ ରେ, ଇପିଏଫଓ ୨୦୨୨-୨୩ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଉପରେ ୮.୧୫ ପ୍ରତିଶତ ସୁଧ ହାର ଘୋଷଣା କରିଥିଲା । ମାର୍ଚ୍ଚ ୨୦୨୨ ରେ, ଇପିଏଫ୍ଓ ପ୍ରାୟ ୭ କୋଟି କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇ ୨୦୨୧-୨୨ ପାଇଁ ସୁଧ ହାରକୁ ଚାରି ଦଶନ୍ଧିରେ ୮.୧ ପ୍ରତିଶତକୁ ହ୍ରାସ କରିଥିଲା । ଏହାପୂର୍ବରୁ ୨୦୨୦-୨୧ ରେ ଏହା ୮.୫ ପ୍ରତିଶତ ଥିଲା ।

Get real time updates directly on you device, subscribe now.