fbpx

LinkedInରେ ଛଟେଇ, ଜାଣନ୍ତୁ କେତେ କର୍ମଚାରୀଙ୍କୁ ବାହାର କଲା କମ୍ପାନୀ

ନୂଆଦିଲ୍ଲୀ: ସାରା ଦୁନିଆରେ ୬ ମାସ ହେଲାଣି ବହୁ ଦିଗଜ କମ୍ପାନୀ ନିଜ କର୍ମଚାରୀ ମାନଙ୍କର ଛଟେଇ କରୁଛନ୍ତି । ଏଥିରେ ଆମାଜୋନ, ଫେସବୁକ୍ ଏବଂ ଗୁଗୁଲର ମୂଳ କମ୍ପାନୀ ଅଲ୍ଫାବେଟ ପରି ବଡ ବଡ କମ୍ପାନୀ ବହୁ ସଂଖ୍ୟାରେ କର୍ମଚାରୀ ମାନଙ୍କ ଛଟେଇ କରିଛି । ତେବେ ମାଇକ୍ରୋସଫ୍ଟ ୨୦୧୬ ମସିହାରେ ୨୬ ବିଲିୟନ ଡଲାରରେ ଲିଙ୍କଡ୍ ଇନକୁ କିଣିଥିଲା । ଏହା ଗୋଟିଏ ମାସରେ ୧୦,୦୦୦ ଚାକିରିରେ ଛଟେଇର ଘୋଷଣା କରିଥିଲା ।

ସୂଚନା ଅନୁଯାୟୀ, ଲିଙ୍କଡ୍ ଇନ ନିଜର ୭୧୬ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ଏବଂ ଚୀନ-କେନ୍ଦ୍ରିତ ଜବ୍ ଆପ୍ଲିକେସନକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ମାଇକ୍ରୋସଫ୍ଟର କମ୍ପାନୀ ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଦୁର୍ବଳ ମଧ୍ୟକୁ ଆସିଛି । କହିବାକୁ ଗଲେ ଗତ ବର୍ଷ ଲିଙ୍କଡ ଇନ୍ ପ୍ରତି ତିନି ମାସରେ ନିଜର ରାଜସ୍ୱ ବୃଦ୍ଧି କରିଛି । ବର୍ତ୍ତମାନ ଏହା ମାକ୍ରୋସଫ୍ଟ ସହିତ କର୍ମଚାରୀ ମାନଙ୍କ ଛଟେଇ କରୁଥିବା ପ୍ରମୁଖ ପ୍ରଦ୍ୟୋଗିକ କମ୍ପାନୀରେ ସାମିଲ ହୋଇଯାଇଛି । ଲିଙ୍କଡ ଇନରେ ପାଖାପାଖି ୨୦,୦୦୦ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଲିଙ୍କଡ ଇନ ନିଜ ନେଟୱାର୍କର ଉପଯୋଗ ରିକ୍ରୁଟିଂଗ ଏବଂ ସେଲ୍ସ ବାଣିଜ୍ୟିକ ବିଜ୍ଞାପନ ବିକ୍ରି ଏବଂ ସଦସ୍ୟତାର ମାଧ୍ୟମରେ ରୋଜଗାର କରୁଛି । ସିଇଓ ରେୟାନ ରୋସ୍ଲାସ୍କି କର୍ମଚାରୀ ମାନଙ୍କୁ ଏକ ମେଲ ମାଧ୍ୟମରେ ଜଣାଇଛନ୍ତି ଯେ, ଛଟେଇର ଉଦ୍ଦେଶ୍ୟ ହେଉଛି, କମ୍ପାନୀ ସଂଚାଳନକୁ ସୁବ୍ୟବସ୍ଥାପିତ କରିବା । ଏହାପରେ ଚୀନ-କେନ୍ଦ୍ରିତ ଜବ୍ ଆପ୍ଲିକେସନ ବନ୍ଦ ହେବାକୁ ଯାଉଛି । ଲିଙ୍କଡଇନ ବର୍ତ୍ତମାନ ଚୀନରେ ସ୍ଥାପନ କରାଯିବ, ତେବେ କାମ କରିବା ପାଇଁ ଦେଶ ବାହାର କର୍ମଚାରୀମାନଙ୍କୁ ନିଯୁକ୍ତି କରିବା ଏବଂ ସେଠାରେ ପ୍ରଶିକ୍ଷକ ମାନଙ୍କ ସାହାଯ୍ୟ ମିଳିବ ।

Get real time updates directly on you device, subscribe now.