fbpx

ସଟଡାଉନ୍‌ ସମୟରେ କାହାକୁ ମିଳିବ ଅନୁମତି, ଜାଣନ୍ତୁ

AAKASH

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍ ରହିବ । ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିବ । କିନ୍ତୁ ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ସମୟରେ ଯିବା ଆସିବା କରିପାରିବେ ବୋଲି ଏସଆରସି କହିଛନ୍ତି ।

ସେହିପରି ପୁଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, ସ୍ୱରେଜ୍ ଏବଂ ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ ଯାଇପାରିବେ। ଏହା ସହ କମିଶନରେଟ ଓ ଜିଲ୍ଲା ପୁଲିସ୍ ଦ୍ୱାରା ଚିହ୍ନିତ ସାମ୍ବାଦିକଙ୍କ ପାଇଁ କଟକଣାମୁକ୍ତ ରହିବ। ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଏହି ସମୟରେ ଚାଲିପାରିବ।

Get real time updates directly on you device, subscribe now.