fbpx
BSKY
BJD SHG SKY
BJD YOUTH SKY

ଅସମ୍ଭାଳ ତାତି! ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ବର,୧୯ ।୪(ଓଡିଶା ଭାସ୍କର) : ରାଜ୍ୟକୁ ପୁଣି ଫେରିଲା ତାତି । ରାଜ୍ୟର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହା ସହ ବାଲେଶ୍ବରରେ ୩୭.୨ ଡିଗ୍ରୀ, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୧.୮, ଭୁବନେଶ୍ବରରେ ତାପମାତ୍ରା ୪୦.୬, ଗୋପାଳପୁର ୩୨.୮, ପୁରୀ ୩୩.୭, ଅନୁଗୁଳ ୪୦.୧, ବାରିପଦା ୩୯.୫, ଝାରସୁଗୁଡ଼ା ୩୯.୮, କେନ୍ଦୁଝର ୩୭.୬, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦, ହୀରାକୁଦରେ ୪୦.୪, ତାଳଚେରରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୪୦ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୯.୬, କୋରାପୁଟରେ ୩୫, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦, ସୋନପୁରରେ ୩୯.୮, ଦାରିଙ୍ଗବାଡି ୩୫, ନୟାଗଡ଼ ୩୯, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.