ଆରୋଗ୍ୟ ସେତୁ ଆପ ନଥିଲେ ୧ହଜାର ଟଙ୍କା ଫାଇନ,୬ମାସ ଜେଲ

0 3,010

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର):ଲକ ଡାଉନ ୩.୦ରେ ଆପଣ ଘରୁ ବାହାରକୁ ବାହାରୁଛନ୍ତି କି ?
ଆପଣଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ ଅଛି ତ ? ଯଦି ନାହିଁ ଆପଣଙ୍କୁ ଏଥିପାଇଁ ହଜାରେ ଟଙ୍କା ଫାଇନ ବା ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । କରୋନାର ଭୟାବହତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି । ଉତ୍ତର ପ୍ରଦେଶ ନଏଡାରେ ଏହି ନିୟମ ଲାଗୁ କରାଯାଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ତ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ମାସ୍କ ବ୍ୟବହାର ପାଇଁ ସରକାର ଏଭଳି କଠିନ ନିୟମ କରିଥିଲେ ।

Leave A Reply

Your email address will not be published.