fbpx

ତାତିରୁ ମୁକ୍ତି । କାଲି ଦିନଯାକ ସିଝିଲେ,ଆଜି ସକାଳୁ ସକାଳୁ ଭିଜିଲେ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ତାତିରୁ ମିଳିଛି ମୁକ୍ତି ।ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଂଚଳରେ ହଠାତ ମାଡିଆସିଲା କଳାହାଣ୍ଡିଆ ମେଘ । ଆରମ୍ଭ ହେଲା ବର୍ଷା । ଉପକୂଳ ଜିଲ୍ଲା କଟକ,ଜଗତସିଂହପୁର,ପୂରୀରେ ବର୍ଷା ହୋଇଛି । ସେହପକରି ଭଦ୍ରକ,ଯାଜପୁର,ଢ଼େଙ୍କାନାଳରେ ମଧ୍ୟ କାଭାଁ ବର୍ଷା ହୋଇଛି ।

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଣ୍ଡବ କରିବ କାଳବୈଶାଖୀ । କୁଆପଥର ବର୍ଷା ସହ ଘଡଘଡି ଓ ବିଜୁଳି ମାରିବ । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଥଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଦିଆଯାଈଛି । ଗତ ଦୁଇଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରକୋପ ଦେଖାଯାଇଥିଲା । ଖରା ଯେତିକି କାଟୁନଥିଲା ଗୁଳୁଗୁଳି ତାଠୁ ଅଧିକ ହେଉଥିଲା । କିନ୍ତୁ ଆଗାମୀ ଦିନେ ଦୁଇଦିନ ପର୍ଯ୍ୟନ୍ତ କାଳବୈଶାଖୀ ର ପ୍ରଭାବ ରହିବ ।

Get real time updates directly on you device, subscribe now.