fbpx

ମାସ୍କ୍ ନପିନ୍ଧିଲେ ଦେବାକୁ ପଡ଼ିବ ଫାଇନ୍

ଗଞ୍ଜାମ, ୫ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧିବା ନେଇ ଗଞ୍ଜାମରେ ନୂଆ ନିୟମ ଲାଗୁ ହୋଇଛି । ମାସ୍କ ନପିନ୍ଧିବା ବ୍ୟକ୍ତି ଫାଇନ ଦେବାକୁ ପଡ଼ିବ । ସହରାଞ୍ଚଳରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ଗ୍ରାମାଞ୍ଚଳରେ ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଫାଇନ ଦେବାକୁ ପଡ଼ିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟର ମାଧ୍ୟମରେ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଥିବା ବେଳେ ୭୭ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହ ଓଡ଼ିଶାରେ ମଧ୍ୟ ୨୩ଜଣ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.