fbpx

ବସକୁ ସାଢେ ୫ ଲକ୍ଷର ଫାଇନ୍

Advertisement

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ଗାଡି ଚାଳକ ସାବଧାନ୍ । କାରଣ ଏବେ ଗାଡି କାଗଜପତ୍ର ଚେକିଂ ଏବେ ଜୋରଦାର ହୋଇଛି । ଏହାରି ମଧ୍ୟରେ ଆଜି ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଫାଇନ ପଡିଛି । ଟ୍ୟାକ୍ସ ଓ ବୈଧ ପରମିଟ୍ ନଥିବାରୁ ଏହି ଜରିମାନା ଲାଗିଛି । ବସ୍ ନମ୍ବର OD10E0404କୁ ଜରିମାନା କରିଛି ଆରଟିଓ ୨ ଭୁବନେଶ୍ୱର । ତେବେ ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ୨୦୧୯ ମେ’ ମାସରୁ ଏମଭି ଟ୍ୟାକ୍ସ ଦେଇନଥିବାରୁ ଲାଗିଛି ଏହି ଜରିମାନା ।

Get real time updates directly on you device, subscribe now.