fbpx

ଦଳିତ ବୋଲି ଲାଗିଲା ଜରିମାନା! କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

କର୍ଣ୍ଣାଟକରେ ଏକ ପରିବାରକୁ ୬୦ ହଜାର ଟଙ୍କାର ଜରିମାନା ଲଗାଯାଇଛି । ଆଉ ଏହା ଏଥିପାଇଁ ଲଗାଯାଇଛି, କାରଣ ଏହି ପରିବାର ଦଳିତ । ଖବର ଅନୂଯାୟୀ ୧୫ ବର୍ଷର ଜଣେ ବାଳକ ଭୁଲରେ ଏକ ଖୁଣ୍ଟକୁ ଛୁଇଁଦେଇଥିଲେ, ଏହି ଖୁଣ୍ଟ ଭଗବାନଙ୍କ ଏକ ମୂର୍ତ୍ତି ସହ ଯୋଡ଼ି ହୋଇଥିଲା । ଏହାକୁ ନେଇ ଗ୍ରାମବାସୀ ପୂରା ପରିବାର ଉପରେ ଜରିମାନା ଲଗାଇଛନ୍ତି । କୁହାଯାଇଥିଲା ଯେ ୧ ଅକ୍ଟେବାର ସୁଦ୍ଧା ଜରିମାନା ନଦେଲେ ସେମାନଙ୍କୁ ଗାଁରୁ ବାହାର କରିଦିଆଯିବ । ଏହି ମାମଲାରେ ପୋଲିସ ୮ଜଣକୁ ଗିରଫ କରିଛି ।

ଏକ ରିପୋର୍ଟ ଅନୂଯାୟୀ, ଘଟଣା କୋଲାର ଜିଲ୍ଲାର ଉଲରହଲ୍ଲୀ ଗ୍ରାମର । ଏଠାରୋ ଶୋବା, ସ୍ୱାମୀ ରାଜେଶ ଏବଂ ପୁଅ ସହ ରହୁଛନ୍ତି । ରିପୋର୍ଟ ଅନୂଯାୟୀ, ୮ ସେପ୍ଟେମ୍ବରରେ ଗ୍ରାମର ଲୋକମାନେ ଭୁତୟମ୍ମା ମେଳାର ଆୟୋଜନ କରିଥିଲେ । ଏହି ସମୟରେ ମନ୍ଦିରରେ ଦଳିତଙ୍କ ପ୍ରବେଶ ଅନୁମତି ନଥିଲା । କିନ୍ତୁ କାର୍ଯ୍ୟକ୍ରମ ସମୟରେ ଶୋବାଙ୍କ ପୁଅ ବାହାରେ ଥିଲେ ଏବଂ ମୂର୍ତ୍ତି ସହ ସଂଲଗ୍ନ ଏକ ଖୁଣ୍ଟକୁ ଭୁଲରେ ଛୁଇଁ ଦେଇଥିଲେ । କୁହାଯାଉଛି ଯେ ମୂର୍ତ୍ତି ଦକ୍ଷିଣ ଭାରତର ଏକ ପ୍ରମୁଖ ଦେବତା ସିଦିରନ୍ନରାଙ୍କ ଥିଲା । ଏଥିପାଇଁ ତାଙ୍କୁ ୬୦ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା ।

ତେବେ ଏହାପରେ ଶୋବା ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ଏହି ମାମଲାରେ ସମସ୍ତଙ୍କୁ ଗିରଫ କରିଥିଲା । ଏନେଇ ଶୋବା କହିଥିଲେ ଯେ ଯଦି ଭଗବାନ ଆମକୁ ପସନ୍ଦ କରୁନାହାଁନ୍ତି ତେବେ ଆମେ ତାଙ୍କୁ ପ୍ରାର୍ଥନା କରିବୁ ନାହିଁ । ଏମିତିକି ସେ ଘରେ ବି.ଆର ଆମ୍ବେଦକର ଏବଂ ବୁଦ୍ଧଙ୍କ ମୂର୍ତ୍ତି ଘରେ ଲଗାଇଥିଲେ ଏବଂ ତାଙ୍କର ପୂଜା କରିଥିଲେ ।

Get real time updates directly on you device, subscribe now.