fbpx
BSKY SKY
BSKY SKY

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଜରୁରୀ: ଏବେ କିନ୍ତୁ ମାସ୍କ ପିନ୍ଧିଲେ ଗଣିବେ ଫାଇନ୍, ଜାଣନ୍ତୁ କେଉଁଠି ଓ କେବେ ହେବ ଲାଗୁ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶବାସୀ କରୋନାର ଦ୍ୱିତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ଘରେ, ବାହାରେ ମାସ୍କ ପିନ୍ଧିବା ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି । ଏପରିକି ସଂକ୍ରମଣକୁ ରକ୍ଷା ପାଇବାକୁ ହେଲେ ଡବଲ୍ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ହେଲେ ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଏଣିକି ଆପଣମାନେ ମାସ୍କ ପିନ୍ଧିଲେ ଜରିମାନା ଦେବେ । କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ମାସ୍କ ଏକମାତ୍ର ବିକଳ୍ପ ବୋଲି ପୂର୍ବରୁ କୁହାଯାଉଥିଲା । ମାତ୍ର ଏବେ କୋଭିଡ୍ ସଚେତନତାକୁ ନେଇ ଆସିଛି ଏକ ବ୍ୟତିକ୍ରମ । ଆସନ୍ତୁ ଜାଣିବା ସେ ବିଷୟରେ ।

ଏକ ରେଷ୍ଟୁରାଣ୍ଟରେ ଏପରି ନିୟମ ପ୍ରଣୟନ କରାଯାଇଛି । ରେଷ୍ଟୁରାଣ୍ଟକୁ ଆସୁଥିବା କଷ୍ଟମରମାନେ ମାସ୍କ ପିନ୍ଧିପାରିବେ ନାହିଁ । ଯିଏ ମାସ୍କ ପିନ୍ଧିବ, ସିଏ ୫ ଡଲାର ଅର୍ଥାତ ପ୍ରାୟ ୩୬୫ ଟଙ୍କା ଫାଇନ୍ ଗଣିବାକୁ ବାଧ୍ୟ ହେବ । ଆମେରିକାରେ ଥିବା ଏହି ରେଷ୍ଟୁରାଣ୍ଟର ମାଲିକ ରେଷ୍ଟୁରାଣ୍ଟରୁ ମାସ୍କ ବାବଦକୁ ଆଦାୟ କରାଯାଉଥିବା ଫାଇନକୁ ଏକ ଟ୍ରଷ୍ଟକୁ ଦାନ କରୁଥିବା କହିଛନ୍ତି । ଏହାଦ୍ୱାରା ଅନେକ ଅନାଥ ପିଲା ଉପକୃତ ହେଉଥିବା କୁହାଯାଇଛି । ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଅନେକ ଏହି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଉ କେତେଜଣ ସ୍ୱାଗତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.