fbpx

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କୋଭୋଭ୍ୟାକ୍ସକୁ ମିଳିଲା ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ (ଓଡିଶା ଭାସ୍କର) : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋଭୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା ପ୍ଲୋସିବୋରେ କରାଯିବ ।

ସୂଚନା ମୁତାବକ ଏବେ ଦେଶର ୨୦ ଟି ସ୍ଥାନରେ ୧୮ ବର୍ଷରୁ ଅଧିକ ୧୮ ହଜାର ଲୋକଙ୍କ ଠାରେ ଏହି ଟିକା ପରୀକ୍ଷଣ କରାଯିବ । ଆଇସିଏମଆର ଓ ଏନଏଓଆରଆଇର ମୁଖ୍ୟ ଗବେଷକ ଡ. ଅଭିଜିତ କଦମ୍‌ ସୂଚନା ଦେଇଛନ୍ତି କି କୋଭୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁନ ମାସର ମଧ୍ୟମରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହାସହ ପରୀକ୍ଷଣରେ ଭାଗନେବାକୁ ଥିବା ସ୍ୱେଚ୍ଛାସେବୀ ମାନଙ୍କର ଡାଟା ବି ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.