fbpx

ହତ୍ୟା ଧମକ ଦେଇ ଅଡୁଆରେ ଶଶୀକଳା: ଥାନାରେ ରୁଜୁ ହେଲା ମାମଲା

Advertisement

ଚେନ୍ନାଇ: ଦିବଙ୍ଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶୀକଳା ହତ୍ୟା ଧମକ ପାଇଁ ଅଡୁଆରେ ପଡିଛନ୍ତି । ପୂର୍ବତନ ତାମିଲନାଡୁ ଆଇନମନ୍ତ୍ରୀ ତଥା ଏଆଇଡିଏମକେ ନେତା ସି ଭି ସନମୁଗମ ଶଶୀକଳାଙ୍କ ବିରୋଧରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଏଆଇଡିଏମକେରୁ ନିଷ୍କାସିତ ହୋଇଥିବା ଶଶୀକଳା ପୁନର୍ବାର ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ଜୁନ୍ ୭ ତାରିଖରେ ସନମୁଗମ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । ଶଶୀକଳାଙ୍କୁ ପୁନର୍ବାର ଦଳରେ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସନମୁଗମ କହିଥିଲେ ।
ଶଶୀକଳା ଏହି ମାମଲାକୁ ନେଇ ନୀରବତା ଅବଲମ୍ବନ କରିଥିଲେ ହେଁ ତାଙ୍କ ସମର୍ଥକ ମାନେ ପ୍ରତି ଆକ୍ରମଣ କରିଥିଲେ । ଜୁନ୍ ୯ ତାରିଖ ସୁଦ୍ଧା ସନମୁଗମଙ୍କ ନିକଟକୁ ୫୦୦ରୁ ଅଧିକ ଫୋନ୍ କଲ୍ ଆସିବା ସହିତ ହତ୍ୟା ଧମକ ମଧ୍ୟ ମିଳିଥିଲା । ଜୁନ୍ ୯ ତାରିଖରେ ଏଆଇଡିଏମକେ ଉତ୍ତର ଭିଲ୍ଲୁପୁରମ ଜିଲ୍ଲା ସମ୍ପାଦକ ସନମୁଗମ ରୋଶାନାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ମାମଲାର ତଦନ୍ତ କରିବା ସହିତ ଶଶୀକଳାଙ୍କ ସମେତ ୫୦୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା । ଅ।।ଇପିସିର ଧାରା ୫୦୬(ଏ), ୫୦୭, ୧୦୯, ୬୭ ଏବଂ ଆଇଟି ଆକ୍ଟ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.