ନୂଆଦିଲ୍ଲୀ: ଜେଲରେ ଚକି ପେଶିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ। କାହିଁକିନା ମୋଦୀ ଏବଂ ଶାହଙ୍କ ନାମରେ ଥାନାରେ ଦାୟର ହୋଇଛି ମାମଲା। ହେଲେ ଏକଥା ଆମେ କହୁନାହୁଁ ସୋସିଆଲ ମିଡିଆରେ ଏପରି କିଛି କଥା ଘୂରି ବୁଲୁଛି।
ଯଦି ଦେଖିବା ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏଥିମଧ୍ୟରୁ ଅନେକର କୌଣସି ସତ୍ୟତା ନଥାଏ।କିମ୍ବା କହିବାକୁ ଗଲେ ମିଛ କିମ୍ବା ଭ୍ରମ ସୃଷ୍ଟି କରିବା ପାଇଁ ଏପରି କିଛି ପୋଷ୍ଟ ଏବଂ ଭିଡିଓ ଭାଇରାଲ କରାଯାଏ।
ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ରେ ଏକ ଚ୍ୟାନେଲର ଗୋଟିଏ ଭିଡିଓ ଥମ୍ବନେଲ୍ ଦାବି କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଏଫଆଇଆର୍ ଦାୟର କରାଯାଇଛି। ଏହି ଘଟଣାର ତଦନ୍ତ ପରେ ସତ ଆଉ କିଛି ବୋଲି ଜଣାପଡିଛି।
କ’ଣ ଭାଇରାଲ ହେଉଛି: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ “a.sharmaexpress” ନାମକ ଏକ ଚ୍ୟାନେଲର ଭିଡିଓରେ ଥମ୍ବନେଲ୍ ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି।
ସେମାନଙ୍କୁ ଜେଲ ପଠାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଉ ଏହି ଭିଡ଼ିଓ ଅପଲୋଡ୍ ହେବା ପରେ ଏହା ନିଆଁ ପରି ଭାଇରାଲ ହେଉଛି। ଯାହାର ସତ୍ୟସତ୍ୟ ତଦନ୍ତ ପରେ ଜଣାପଡିଛି।
“a.sharmaexpress” नामक यू-ट्यूब चैनल के वीडियो थंबनेल में दावा किया गया है कि प्रधानमंत्री नरेंद्र मोदी और केंद्रीय मंत्री अमित शाह के विरुद्ध प्राथमिकी दर्ज हुई है। उन्हें जेल भेजने का निर्णय लिया गया है। #PIBFactCheck
❌ यह दावा पूर्णत: फर्जी है।
✅ जनसामान्य के मध्य… pic.twitter.com/FbyUv4GKHT
— PIB Fact Check (@PIBFactCheck) August 10, 2025
ତଦନ୍ତରୁ ଖୁଲାସା: “a.sharmaexpress” ନାମକ ଏକ YouTube ଚ୍ୟାନେଲର ଏହି ଭିଡିଓ ଉପରେ ଏକ ଫ୍ୟାକ୍ଟ ଚେକ୍ କରାଯାଇଥିଲା। ଆଉନ ଏହି ଫ୍ୟାକ୍ଟ ଚେକରୁ ଜଣାପଡ଼ିଛି ଯେ ଏହି ଦାବିଟି ସମ୍ପୂର୍ଣ୍ଣ ମିଥ୍ୟା।
ଏପରି ପରିସ୍ଥିତିରେ ଲୋକମାନଙ୍କୁ ସମସ୍ତ ମିଛ ଏବଂ ଭ୍ରମ ସୂଚନା ପ୍ରତି ସତର୍କ ରହିବାକୁ ଏବଂ ଏପରି ଭୁଲ ସୂଚନା ପ୍ରତି ଧ୍ୟାନ ନଦେବାକୁ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଭୁଲ ସୂଚନା ପ୍ରସାରଣ କରିବା ଉଦ୍ଦେଶ୍ୟରେ ତିଆରି ହେଉଥିବା ଏପରି ଭିଡିଓଗୁଡ଼ିକୁ ସେୟାର ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ଖବରକୁ ବିଶ୍ୱାସ କରିବା କିମ୍ବା ସେୟାର କରିବା ପୂର୍ବରୁ, ସର୍ବଦା ସରକାରୀ ସୂତ୍ରରୁ ଏହାକୁ ନିଶ୍ଚିତ କରନ୍ତୁ।