fbpx

ଆମାଜନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପକ୍ଷରୁ ଏତଲା

ପୁରୀ,୩ ।୧୨(ଓଡିଶା ଭାସ୍କର): ଅନଲାଇନ ଆମାଜନ ଇଣ୍ଡିଆରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ ନିର୍ମାଲ୍ୟ ବିକ୍ରି କରୁଥିବା ବୋଲି ଏତଲା ଦିଆଯାଇଛି । ଏହା ବ୍ୟତିତ ଅନଲାଇନରେ ନିର୍ମାଲ୍ୟ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସୁଆର ମହାସୁଆର, ଛାମୁଖୁଣ୍ଟିଆ ସେବାୟତଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା ।

Get real time updates directly on you device, subscribe now.