fbpx

ପ୍ରତିଯୋଗୀଙ୍କ ପାଇଁ ବିଗ୍ ବସ୍ ଶୋ ଫ୍ଲପ୍

ନୂଆଦିଲ୍ଲୀ, ୩ା୧୨: ବିଗ୍ ବସ୍ ଶୋ’କୁ ନେଇ ଏକ ଚର୍ଚ୍ଚିତ ଖବର ନଜରକୁ ଆସିଛି । କୁହାଯାଏ, ବିଗ୍ ବସ୍ ଆରମ୍ଭ ହେବା ସମୟରେ ଧମାକା ମଚାଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ହୁଏତ ଏପରି କିଛି ଦେଖାଯାଇନଥିଲା । ବର୍ତ୍ତମାନ ଚାଲୁଥିବା ବିଗ୍ ବସ୍ ୧୪ ସିଜିନକୁ ନେଇ ଏପରି କିଛି ଖବର ଆଲୋଚନା ହେଉଛି । ଏହି ସିଜିନ ଆରମ୍ଭ ହେବାର ୨ ମାସ ପରେ ମଧ୍ୟ ଟିଆରପି ୫ ଅଙ୍କକୁ ଛୁଇଁବାକୁ ସକ୍ଷମ ହୋଇପାରିନାହିଁ । ଏକ ଭିଡିଓ କ୍ଲିପ ପ୍ରତିଯୋଗୀମାନଙ୍କୁ ଦେଖିବାକୁ କୁହାଯାଇଥିଲା । ଏହି ଭିଡିଓରେ ପ୍ରତିଯୋଗୀମାନେ ବିନା କାରଣରେ ଏଣେତେଣେ ବୁଲି କଥା ହେବା ସହ କିଏ ଦିନରେ ଶୋଇରହୁଥିବା ଦେଖିବାକୁ ମିଳିଥିଲା । ସତେଯେମିତି ଶୋ ପାଇଁ କାମ କରିବାର ଶକ୍ତି କାହାର ନାହିଁ । ଏହା ପରେ ଜଣେ ପ୍ରତିଯୋଗୀ ବୋର୍ ହୋଇଯାଇଛନ୍ତି ବୋଲି କହିଥିଲେ ।

Get real time updates directly on you device, subscribe now.