fbpx

ଆନ୍ଧ୍ର-ଓଡିଶା ବିବାଦ: ୧୯୬୩ ନକ୍ସା ଅନୁସାରେ ହେବ ସୀମା ନିର୍ଦ୍ଧାରଣ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମା ବିବାଦର ସମାଧାନ ନେଇ ଆୟୋଜିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ୨ ରାଜ୍ୟର ସୀମା ନିର୍ଦ୍ଧାରଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଉଭୟ ସୀମାନ୍ତବାସୀ ଏହି ସୀମାକୁ ମାନିବାକୁ ବାଧ୍ୟ ହେବେ । ଏନେଇ ଉଭୟ ରାଜ୍ୟର ସ୍ଥାନୀୟ ପ୍ରଶାସନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ପର୍ଯ୍ୟାୟକ୍ରମେ ଉଭୟ ରାଜ୍ୟର ସୀମା ଚିହ୍ନଟ କରାଯିବ ।

ତେବେ ବୈଠକରେ କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ରାଜସ୍ୱ ବିଭାଗ ଅଧିକାରୀ, ତହସିଲଦାର ଉପସ୍ଥିତ ଥିଲେ । ସେହିପରି ଆନ୍ଧ୍ର ପକ୍ଷରୁ ଉପଜିଲ୍ଲାପାଳ, ବନ ବିଭାଗ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନାରେ ଉଭୟ ପକ୍ଷରୁ ସୀମାନ୍ତବାସୀ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.