fbpx

ବାରଙ୍ଗ ତହସିଲଦାରଙ୍କ ନାମରେ ଅଭିଯୋଗ; ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର  ୭ା୪ (ଓଡିଶା ଭାସ୍କର): ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିଛନ୍ତି ବାରଙ୍ଗ ତହସିଲଦାର । ଦୁର୍ବ୍ୟବହାର ସହ ତଦନ୍ତରେ ସହଯୋଗ ନକରିବା ନେଇ ଇନଫୋସିଟି ଥାନାରେ ତହସିଲଦାର ବିଚିିତ୍ରାନନ୍ଦଙ୍କ ନାମରେ ଏତଲା ଦେଇଛନ୍ତି ମହିଳା ଅଧିକାରୀ । ସୂଚନା ଅନୁସାରେ ଗତକାଲି ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଭିଜିଲାନ୍ସ ହାତରେ ଧରାପଡିଥିଲେ । ତହସିଲଦାର ତାଙ୍କ ଘରକୁ ଯାଉଥିବା ବେଳେ ରଘୁନାଥପୁର ନିକଟରେ ଭିଜିଲାନ୍ସ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବା ସମୟରେ ତାଙ୍କଠାରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଥିଲା । ବାଲିଘାଟରୁ ତାଙ୍କୁ ଟଙ୍କା ମିଳିଥିବା ଆଧାରରେ ଭିଜିଲାନ୍ସ ତହସିଲଦାରଙ୍କୁ ଯାଞ୍ଚ କରିଥିଲା ।

Get real time updates directly on you device, subscribe now.