fbpx

ଗୋଟିଏ ସଂସ୍ଥା ଅଧୀନରେ ରହିବ ଅଗ୍ନିଶମ ଓ ଜରୁରୀକାଳୀନ ସେବା: ସଂଶୋଧନ ହେବ ଓଡ଼ିଶା ଅଗ୍ନିଶମ ସେବା ଆଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଗ୍ନିଶମ ସେବା ଆଇନରେ ସଂଶୋଧନ ହେବ । ଗୋଟିଏ ସଂସ୍ଥା ଅଧୀନରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ଏହାକୁ ବିଧାନସଭାର ଅଧିବେଶନ ଗୃହରେ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଏହି ବିଧେୟକ ଉପରେ ଆଲୋଚନା କରାଯାଇ ଗୃହୀତ ପାଇଁ ବିଧାନସଭାରେ ପ୍ରସ୍ତାବ ରଖାଯାଇଛି ।

ଓଡ଼ିଶା ଅଗ୍ନିଶମ ସେବା (ସଂଶୋଧନ) ବିଧେୟକ-୨୦୨୨ ଭାବେ ଏହି ବିଲଟି ଆଗତ ହୋଇଛି । ପୂର୍ବ ଆଇନ ଅନୁଯାୟୀ, ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ କରାଯାଇଥିଲା । ଏହି ବିଧେୟକ ଦ୍ୱାରା ମୂଳ ଆଇନ ଓଡ଼ିଶା ଅଗ୍ନିଶମ ସେବା ଆକ୍ଟ-୧୯୩ରେ ପରିବର୍ତ୍ତନ କରାଯିବ ।

ଏବେ ଅଗ୍ନିଶମ ସେବା ସହିତ ଜରୁରୀକାଳୀନ ସେବାକୁ ଯୋଡ଼ାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଜରୁରୀକାଳୀନ ସେବା ପାଇଁ ୧୧୨ ଟେଲିଫୋନ୍ ନମ୍ବର ଜାରି କରାଯାଇଥିଲା । ତେବେ ଏହି ସଂସ୍ଥା ପାଇଁ ଜଣେ ମହାନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.