fbpx

ବାଂଲାଦେଶ ଜୁସ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ

ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଶ୍ରମିକମାନେ ଜୀବନ ବିକଳରେ ଉପର ମହଲରୁ ତଳକୁ ଡେଇଁ ପଡ଼ିଥିଲେ । ତେବେ ଅଗ୍ନିକାଣ୍ଡ ପରେ କାରଖାନା ଭିତରେ କେତେ ଜଣ ଫସି ରହିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଅଗ୍ନିଶମ ବିଭାଗ ପ୍ରବକ୍ତା ଦେବାଶିଷ ବର୍ଦ୍ଧନ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିବ । ଅଗ୍ନିକାଣ୍ଡରୁ ବଞ୍ଚିଯାଇଥିବା କାରଖାନା କର୍ମଚାରୀ ମହମ୍ମଦ ସୈଫୁଲ କହିଛନ୍ତି ଯେ ନିଆଁ ଲାଗିବା ବେଳେ ଭିତରେ ଅନେକ ଲୋକ ଥିଲେ । ତେବେ କାରଖାନା ଭିତରେ ଅନେକ ଲୋକଥିଲେ ବୋଲି ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀ ରଶି ସାହାଯ୍ୟରେ ଅନେକ ଲୋକଙ୍କୁ ତଳକୁ ଓହ୍ଲାଇଛନ୍ତି । ଏହା ପରେ କାରଖାନା ବାହାରେ କର୍ମଚାରୀଙ୍କ ସମ୍ପର୍କୀୟ ଭିଡ ଜମାଇ ନିଜର ପରିଜନଙ୍କୁ ଖୋଜାଖୋଜି କରିବାରେ ଲାଗିଡିଛନ୍ତି ।

Get real time updates directly on you device, subscribe now.