fbpx
BSKY
BJD MC SKY
BJD YOUTH SKY

ବିଦ୍ୟୁତ ଚାଳିତ ଯାନ ସୋ’ ରୁମରେ ଅଗ୍ନିକାଣ୍ଡ: ଜଳିଗଲା ଇଭି ବାଇକ୍

କଟକ: କଟକ ନିଆଳି ସ୍ଥିତ ଏକ ବୈଦୁତିକ ଗାଡି ସୋ’ରୁମରେ ଘଟି ଯାଇଛି ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ମୋଟ ୩ଟି ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ପୋଡି ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଗାଡିର ବ୍ୟାଟେରୀ ଫାଟି ଏଭଳି ଦୁର୍ଘଟଣା ଘଟି ଯାଇଥିବା ଅନୁମାନ କରାଯାଉଛି । ତେବେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆକୁ ଆୟତ୍ତ କରିଛନ୍ତି । ଭୟଙ୍କର ଭାବରେ ବ୍ୟାପୁଥିବା ଏହି ଅଗ୍ନିକାଣ୍ଡକୁ ରୋକିବାରେ ସଫଳ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ଫଳରେ ସୋ’ ରୁମରେ ତିବା ଅନ୍ୟ ଗାଡିଗୁଡିକ ସୁରକ୍ଷାରେ ରହିଛି ।

Get real time updates directly on you device, subscribe now.