ରେଷ୍ଟୁରାଣ୍ଟରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୫ କର୍ମଚାରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ା ଜିଲ୍ଲାର ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ରେଷ୍ଟୁରାଣ୍ଟଟି ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଥିବା କୁହାଯାଉଛି । ତେବେ ନିଆଁ ଲାଗିଯିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସାନ୍ଦେହ କରାଯାଉଛି ।

ଅନ୍ୟପଟେ ନିଆାଁ ଲାଗିଯିବାରୁ ରେଷ୍ଟୁରାଣ୍ଟର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ରେଷ୍ଟୁରାଣ୍ଟରେ ଥିବା ପ୍ରାୟ ୧୫ ଜଣ କର୍ମଚାରୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବରପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।