fbpx

ନୋଏଡାର ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ, ୪୦ ରୋଗୀଙ୍କୁ ଅନ୍ୟ ଜାଗାକୁ ସିପ୍ଟ

ନୋଏଡା,୯ ।୧: ଦିଲ୍ଲୀ-ଏନସୀଆରରେ ଗୋଟିଏ ଦିନରେ ଦୁଇଟି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପଟପଡଗଞ୍ଜ ପରେ ନୋଏଡାର ସେକ୍ଟର-୨୪ରେ ଥିବା ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡି ନିୟୋଜିତ ହୋଇଛି । ନିଆଁ ଲାଗିବା କାରଣରୁ ଚାରିଆଡେ ଧୂଆଁ ବ୍ୟାପି ଯାଇଛି, ଫଳରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ମେଡିକାଲରେ ନିଆଁ ଲାଗିବା କାରଣରୁ ପ୍ରାୟ ୪୦ ରୋଗୀଙ୍କୁ ଅନ୍ୟତ୍ର ସିପ୍ଟ କରାଯାଉଛି । ସର୍ଟସର୍କିଟ କାରଣୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ସେହିପରି ଆଜି ସକାଳେ ନୂଆଦିଲ୍ଲୀ ପଟପଡଗଞ୍ଜ ଶିଳ୍ପାଞ୍ଚଳରେ ଭୟାବୟ ଅଗ୍ନିକାଣ୍ଡ ହୋଇଥିଲା । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶିଳ୍ପାଞ୍ଚଳରେ ଥିବା ପ୍ରିଣ୍ଟିଂ ପ୍ରେସରେ ନିଆଁ ଲାଗିଛି । ସେହି ନିଆଁଲିଭା କାର୍ଯ୍ୟରେ ୩୩ଟି ଦମକଳ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.