fbpx
BSKY
BJD MC SKY
BJD YOUTH SKY

ଶୋଇଥିବା ସମୟରେ ରାତି ଅଧରେ ରୁମ୍‌ରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଗଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗୋଟିଏ ପରେ ଗୋଟେ ଅଘଟଣ ଘଟିଚାଲିଛି । ଗତ କିଛିଦିନ ତଳେ ତାଙ୍କୁ ଜେଲ୍‌ରେ ବନ୍ଦ ଜଣେ ଅଭିଯୁକ୍ତ ହତ୍ୟା କରିବାକୁ ଧମକ ଦେଇଥିଲା । ଏବେ ଖବର ଆସଛି କି ଗତ ମଙ୍ଗଳବାର ଯେତେବେଳେ ସେ ଦିଲ୍ଲୀ ଯାଇଥିଲେ ସେତେବେଳେ ତାଙ୍କ ରୁମ୍‌ରେ ନିଆଁ ଲାଗି ଯାଇଥିଲା । ଅଧରାତିରେ ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରେ ନିଆଁ ଲାଗି ଯାଇଥିଲା । ଏହାପରେ ସେ ବେଲ୍ ବଜାଇ ସିକ୍ୟୁରିଟି ଷ୍ଟାଫଙ୍କୁ ଡକାଇଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏବେ ଏହି ମାମଲାର ଯାଞ୍ଚ ଲାଗି କମିଟି ଗଠନ କରାଯାଇଛି ।

ମିିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଯୋଧପୁର ହାଉସ୍‌ରେ ବିଶ୍ରାମ ନେଇଥିଲେ । ତାଙ୍କ ରୁମ୍‌ରେ ଲାଗିଥିବା ହିଟରର ଇଲେକ୍ଟ୍ରିକ୍ ପ୍ଲଗରେ ସଟ୍ ସର୍କିଟ୍ କାରଣରୁ ନିଆଁ ଲାଗି ଯାଇଥିଲା । ରାତି ୨ ଟା ସମୟରେ ପ୍ଲଗରୁ ଧୂଆଁ ବାହାରିବାରେ ଲାଗିଲା । ଏହା ଦେଖି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇଥିଲେ । ତତ୍‌କ୍ଷଣାତ୍ ସିକ୍ୟୁରିଟି ଷ୍ଟାଫ ପହଞ୍ଚି ନିଆଁକୁ ଲିଭାଇଥିଲେ । ଏହି ମାମଲାରେ ଜଣେ ଜୁନିୟର ଇଂଜିନିୟରଙ୍କୁ ନିଲମ୍ବନ କରାଯାଇଛି ଓ ମାମଲାର ଯାଞ୍ଚ ଲାଗି କମିଟି ଗଠନ କରାଯାଇଛି ।

Get real time updates directly on you device, subscribe now.