fbpx
BSKY
BJD SHG SKY
BJD YOUTH SKY

ଜଳୁଛି ଦୁନିଆର ସବୁଠାରୁ ବଡ଼ ଟାୟାର୍ ଭଣ୍ଡାର, ମହାକାଶରୁ ଦେଖାଯାଉଛି କଳା ଧୂଆଁ

କୁଏତ୍: କୁଏତ୍ ର ସୁଲେବିୟା ଅଞ୍ଚଳରେ ଥିବା ଦୁନିଆର ସବୁଠାରୁ ବଡ଼ ଟାୟର୍ ଗୋଦାମ୍ ରେ ନିଆଁ ଲାଗିଛି । ଏହି ଟାୟାର୍ ଗୋଦାମ୍ ରେ ମୋଟ ୭୦ ଲକ୍ଷ ଟାୟାର୍ ଥିବା ବେଳେ ଏଥିରେ ନିଆଁ ଲାଗି ଯାଇଛି । ୬ ଏକର ଜମିରେ ବିସ୍ତୃତ ଥିବା ଏହି ଟାୟାର୍ ଗାତଟି ବର୍ତ୍ତମାନ ନିଆଁ କବଳରେ ଆସିଯାଇଛି । ଏହାର ଧୁଆଁ ଏତେ ଉଚ୍ଚରେ ପହଞ୍ଚିଛି ଯେ, ମହାକାଶରୁ ଏହାକୁ ଦେଖାଯାଇପାରିବ । ସାଟେଲାଇଟ୍ ଫଟୋରେ ଏହାର ଫଟୋ କଏଦ୍ କରାଯାଇଛି । ଖୁବ୍ ଭୟାନକ ଅବସ୍ଥାରେ ବର୍ତ୍ତମାନ ଏହି ସ୍ଥାନ ରହିଛି ।

ମିଡିଆ ରିପୋର୍ଟ ମୁତାବକ, ଏହି ଟାୟାର୍ ଭଣ୍ଡାରକୁ ଟାୟାର୍ ର କବର ବୋଲି ମଧ୍ୟ କୁହାଯାଏ । କୁହାଯାଉଛି ଯେ, ଏହି ଟାୟାର୍ ସବୁ କୁଏତ୍ ଏବଂ ଅନ୍ୟ ଦେଶ ଗୁଡ଼ିକରୁ ଅଣାଯାଇଛି । ତେବେ ୪ଟି କମ୍ପାନୀକୁ ଏହାର ନିଷ୍କାସନର ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତ୍ତମାନ ଏଥିରେ ନିଆଁ ଲାଗି ଯାଇଥିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଦହନଶୀଳ ପଦାର୍ଥ ସବୁକୁ ଏତେ ମାତ୍ରାରେ ଗୋଟିଏ ସ୍ଥାନରେ ଏକାଠି କରି ରଖିବାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହାକୁ ଏପରି ଏକ ଦେଶରେ ରଖାଯାଇଛି ଯେଉଁଠାରେ ତାପମାତ୍ରା ୫୦ ଡିଗ୍ରୀରୁ ଅଧିକ ରହିଥାଏ । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ପୂର୍ବରୁ ୨୦୧୨ ମସିହାରେ କୁଏତ୍ ର ଟାୟାର୍ ଡମ୍ପ୍ ରେ ନିଆଁ ଲାଗିଥିଲା । ସେଥିରେ ୫୦ ପ୍ରତିଶତ ଟାୟାର୍ ଜଳି ଯାଇଥିଲା । ତେବେ ଏହି ଟାୟାର୍ ଜଳିବା ଦ୍ୱାରା ଏଥିରୁ କାର୍ସିନୋଜେନିକ୍ ଡିଓକ୍ସିନ୍ ବାହାରିଥାଏ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ ।

 

Get real time updates directly on you device, subscribe now.