fbpx

୧୫୬୦ ଫୁଟ ଉଚ୍ଚ ପାହାଡ଼ରୁ ଝରୁଛି ଅଗ୍ନି, ସତ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

Advertisement

ଆପଣମାନେ ଜଳପ୍ରପାତ ଦେଖିଥିବେ, ଯେଉଁଠାରେ ଜଳ ଏକ ଉଚ୍ଚସ୍ଥାନରୁ ନିମ୍ନକୁ ପ୍ରବାହିତ ହେଉଥାଏ । କାଲିଫଣ୍ଣିଆଠାରେ ଏପରି ଏକ ଜଳପ୍ରପାତ ରହିଛି ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେପରି ଅଗ୍ନି ପ୍ରବାହିତ ହେଉଛି । ଏହି ନିଆଁର ଜଳପ୍ରପାତରେ ନିଆଁ ୧୫୬୦ ଫୁଟ ଉଚ୍ଚ ପାହାଡ଼ରୁ ତଳକୁ ଖସୁଛି । ଏହା ଦେଖିବାକୁ ଅତ୍ୟନ୍ତ ମନୋରମ ଓ ବିସ୍ମୟକର ଲାଗିଥାଏ । ତେଣୁ ଦୂରଦୂରାନ୍ତରୁ ଅନେକ ଲୋକ ଏଠାକୁ ଦେଖିବାକୁ ଆସିଥାନ୍ତି ।

କାଲିଫର୍ଣ୍ଣିଆର ୟୋସେମିଟି ଜାତୀୟ ପାର୍କରେ ଏହି ଜଳପ୍ରପାତ ରହିଛି । ଏହାକୁ ଦେଖିବାକୁ ଆସୁଥିବା ଲୋକେ ଏହି ନିଆଁର ଜଳପ୍ରପାତ ଫଟୋ ଉଠାଇନେବାକୁ ଜମାରୁ ଭୁଲନ୍ତି ନାହିଁ । ଫେବୃଆରୀ ମାସର ଶେଷ ସପ୍ତାହରେ ଏହି ଅଗ୍ନିର ଜଳପ୍ରପାତର ଦୃଶ୍ୟ ଭିନ୍ନ ଧରଣର ହୋଇଥାଏ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ଅଗ୍ନି ନୁହେଁ, ବରଂ ଏହା ଜଳ ଅଟେ । ସୂର୍ଯ୍ୟାସ୍ତ ସମୟରେ ଏହି ଜଳପ୍ରପାତର ରଙ୍ଗ ବଦଳିବାକୁ ଲାଗିଥାଏ । ପାହାଡ଼ର ଠିକ୍ ପଛପାଖରେ ସୂର୍ଯ୍ୟାସ୍ତ ହୋଇଥାଏ । ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କର ସୁନେଲି କିରଣ ଏହି ଜଳପ୍ରପାତର ଜଳରାଶିରେ ବିଛେଇ ହୋଇ ପଡ଼ିଥାଏ, ଯାହାକି ଅଗ୍ନି ପରି ଦୃଶ୍ୟମାନ ହୋଇଥାଏ । ଫଳରେ ଦେଖଣାହାରୀମାନେ ଏହକୁ ଅଗ୍ନିର ଜଳପ୍ରପାତ ବୋଲି କହିଥାନ୍ତି ।

Get real time updates directly on you device, subscribe now.