ଏହି ବ୍ଲଡ୍ ଗ୍ରୁପର ଲୋକମାନେ ସର୍ବାଧିକ ମାତ୍ରାରେ ହୋଇଥାନ୍ତି ହୃଦରୋଗର ଶିକାର, ଜାଣନ୍ତୁ କାହିଁକି

News across the Earth, news close to your heart, Read Odisha Bhaskar English

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ତଥ୍ୟ ଅନୁଯାୟୀ, ଆଜିକାଲି ଅଧିକାଂଶ ଲୋକଙ୍କର ହୃଦରୋଗ ଯୋଗୁଁ ମୃତ୍ୟୁ ଘଟୁଛି । ତେବେ ହୃଦରୋଗର ପ୍ରଭାବ ସମସ୍ତ ବ୍ଲଡ ଗ୍ରୁପର ଲୋକଙ୍କଠାରେ ଅଲଗା ଅଲଗା ରହିଥାଏ । ଆସନ୍ତୁ ଜାଣିବା ତା’ର କାରଣ ବିଷୟରେ:-

– ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ‘O’ ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ ହୃଦ ରୋଗ ହେବାର ସମ୍ଭାବା ଅଧିକ । ୨୦୧୭ରେ ୟୁରୋପିୟାନ୍ ସୋସାଇଟି ଅଫ୍ କାର୍ଡିଓଲୋଜି ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଥିଲା ଯେ, ‘O’ ବ୍ଲଡ ଗ୍ରୁପଧାରୀଙ୍କୁ ହାର୍ଟଆଟାକ୍ ୯ ପ୍ରତିଶତ ଅଧିକ ହୋଇଥାଏ ।

– ତୁଳନାତ୍ମକ ଭାବେ ‘O’ ବ୍ଲଡ୍ ଗ୍ରୁପଧାରୀ ଲୋକଙ୍କ ଅପେକ୍ଷା ‘B’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ହାର୍ଟ ଆଟାର୍କ ୧୫ ପ୍ରତିଶତ ଅଧିକ ହୋଇଥାଏ । ସେହିପରି ‘O’ ବ୍ଲଡ୍ ଗ୍ରୁପ ଲୋକଙ୍କ ଅପେକ୍ଷା ‘A’ ଗ୍ରୁପର ଲୋକଙ୍କ ହାର୍ଟ ଫେଲୁଅର ୧୧ ପ୍ରତିଶତ ଅଧିକ ହୋଇଥାଏ ।

– ବ୍ଲଡ ଗ୍ରୁପ ‘A’ ଓ ‘B’ ଲୋକଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ୪୪ ପ୍ରତିଶତ ଅଧିକ ଅଟେ । ବାସ୍ତରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା କୋରୋନରୀ ଧମନୀ ଅବରୋଧ ହୋଇଯାଇଥାଏ । ଫଳରେ ଆମର ହୃଦୟର ମାଂଶପେଶୀକୁ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ପହଞ୍ଚି ପାରେ ନାହିଁ । ପରବର୍ତ୍ତୀ ସମୟରେ ଏହା ହୃଦଘାତର କାରଣ ସାଜିଥାଏ ।

Get real time updates directly on you device, subscribe now.