fbpx

ଦିଲ୍ଲୀର ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୪ ।୧୨: ଦିଲ୍ଲୀ ନରେଲାରେ ଥିବା ଏକ ଜୋତା କାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ନିୟୋଜିତ ହୋଇ ନିଆଁ ଲିଭାଇବାରେ ଲାଗିଛନ୍ତି । ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବିସ୍ଫୋରଣରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଏହା ବ୍ୟତିତ ନରେଲାର ଅନ୍ୟ ଏକ କାରଖାନାରେ ମଧ୍ୟ ନିଆଁ ଲାଗିଥିବା ଜଣାପଡିଛି ।

ଏହା ପୂର୍ବରୁ ସୋମବାର ମଧ୍ୟ କିରାଡି ଅଞ୍ଚଳରେ ଏକ ତିନି ମହଲା କୋଠାରେ ନିଆଁ ଲାଗିଥିଲା । ଏହି ବ୍ୟବସାୟିକ କୋଠାରେ ରବିବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିଥିଲା । ଏହି ଘଟଣାରେ ୩ ଜଣ ଶିଶୁଙ୍କ ସମେତ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.