fbpx

ଗ୍ୱାଲିୟରର ଏକ ଘରେ ଭୀଷଣ ଅଗ୍ନିକାଣ୍ଡ, ୩ ଶିଶୁ ଓ ୪ ମହିଳାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଇନ୍ଦରଗଞ୍ଜ ଅଞ୍ଚଳରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୩ ଶିଶୁ ସହିତ ୪ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରଟ୍, ପୋଲିସ ଅଧିକ୍ଷକ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହୋଇଛନ୍ତି । କୁହାଯାଉଛି ଯେ, ଇନ୍ଦରଗଞ୍ଜ ଅଞ୍ଚଳରେ କୌଣସି କାରଣ ବଶତଃ ପେଣ୍ଟ ଦୋକାନରେ ନିଆଁ ଲାଗିଥିଲା । ଦୋକାନର ଉପର ମହଲାରେ ଦୁଇ ପରିବାର ଫସି ରହିଥିଲେ । ପୋଲିସ ଦ୍ୱାରା ପରିବାର ଲୋକଙ୍କୁ ଉଦ୍ଧାର ଚାଲିଛି । କିଛି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ୭ଟି ମୃତଦେହକୁ ବାହାରକୁ ଅଣାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.