fbpx

ରସାୟନ କାରଖାନାରେ ଅଗ୍ନିକାଣ୍ଡ ଘଟଣା, ୭ ନିଖୋଜ କର୍ମଚାରୀଙ୍କ ମିଳିଲା କଙ୍କାଳ

Advertisement

ସୁରଟ: ଗୁଜରାଟ ସୁରଟ ସହରରେ ବୁଧବାର ବିଳମ୍ବିତ ରାତ୍ରୀରେ ଏକ କେମିକାଲ ଫ୍ୟାକ୍ଟ୍ରୀରେ ଥିବା ଟ୍ୟାଙ୍କରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ପରେ ସନ୍ଧାନ ମିଳୁ ନ ଥିବା ୭ ଜଣ କର୍ମଚାରୀଙ୍କର କଙ୍କାଳ ଆଜି ସକାଳେ ମିଳିଛି ଓ ଅନ୍ୟ ୨୭ ଜଣ ଗୁରୁତର ଶ୍ରମିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ବୁଧବାର ରାତ୍ରୀ ପ୍ରାୟ ୨ଟା ସମୟରେ ସଚିନ ଜିଆଇଡିସି ଶିଳ୍ପାଞ୍ଚଳ କ୍ଷେତ୍ରରେ ଥିବା ଆଇଥର କାରଖାନାରେ ଜ୍ୱଳନଶୀଳ ରସାୟନ ଭର୍ତ୍ତି ଏକ ବଡ ଟ୍ୟାଙ୍କର ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଯାଇଥିଲା । ଏହି ସମୟରେ କମ୍ପାନୀରେ ପ୍ରାୟ ୧୫୦ ଜଣ କର୍ମଚାରୀ କାମ କରୁଥିଲେ । ଏହି ଦୁର୍ଘଟଣାରେ ୨୭ ଜଣ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୭ ଜଣ କର୍ମଚାରୀ ନିଖୋଜ ଥିଲେ । ଆଜି ସକାଳେ ସେହି ସମସ୍ତ କର୍ମଚାରୀଙ୍କ କଙ୍କାଳ ଉଦ୍ଧାର କରାଯାଇଛି ।

ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ କମ୍ପାନୀର ଅଗ୍ନି ସୁରକ୍ଷା ସହିତ ଅନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଯାଞ୍ଚ ଆରମ୍ଭ ହୋଇଛି । ଏହାସହିତ ପ୍ରଶାସନ ପକ୍ଷରୁ କମ୍ପାନୀକୁ କ୍ଲୋଜର ନୋଟିସ୍ ଜାରି କରାଯାଇଛି ।

Get real time updates directly on you device, subscribe now.