fbpx

(Video) ଗଣତନ୍ତ୍ରର ପର୍ବରେ ସାମିଲ ହେଲେ ସୁପର୍‌ଷ୍ଟାର୍‌ ଚୀରଞ୍ଜୀବୀ, ଅଲ୍ଲୁ ଅର୍ଜୁନ, ଜୁନିୟର୍‌ ଏନ୍‌ଟିଆର୍‌…ଧାଡିରେ ଛିଡା ହୋଇ ଦେଲେ ଭୋଟ

Advertisement

ତେଲେଙ୍ଗାନା: ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆଜି ତେଲେଙ୍ଗାରେ ମତଦାନ ଗ୍ରହଣ ଜାରି ରହିଛି। ଏଥିଲାଗି ସମସ୍ତ ଭୋଟର୍ସ ମାନେ ସକାଳୁ ନିଜ ନିଜ ବୁଥରେ ଉପସ୍ଥିତ ରହି ମତଦାନ କରୁଛନ୍ତି। ଏହି କ୍ରମରେ ସିନେ ତାରକା ମାନେ ବି ନିଜ ନିଜ ପରିବାର ସହ ବୁଥକୁ ଯାଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ସାଧାରଣ ଭୋଟରମାନଙ୍କ ସହ ଧାଡିରେ ଛିଡା ହୋଇ ସେମାନେ ବି ଉତ୍ସାହର ସହ ଗଣତନ୍ତ୍ରର ପର୍ବ ପାଳନ କରୁଛନ୍ତି। ଦକ୍ଷିଣ ସିନେ ଜଗତର ଅନେକ ବଡ଼ ବଡ଼ କଳାକାର ଯେମିତି କି, ସାଉଥ୍‌ ସୁପର୍‌ଷ୍ଟାର୍‌ ରାମ୍‌ ଚରଣ, ଅଲ୍ଲୁ ଅର୍ଜୁନ ଓ ଜୁନିୟର୍‌ ଏନ୍‌ଟିଆର୍ ପ୍ରମୁଖ ନିଜର ମତଦାନ କରିଛନ୍ତି।

ଅଲ୍ଲୁ ଅର୍ଜୁନ: ହାଇଦ୍ରାବାଦ୍‌ର ଜୁବ୍‌ଲି ହିଲ୍ସ ଅଞ୍ଚଳରେ ଥିବା ବୁଥ୍‌ରେ ଭୋଟ୍‌ ଦେବାକୁ ଅଭିନେତା ଅଲ୍ଲୁ ଅର୍ଜୁନ ପହଞ୍ଚିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ଧାଡିରେ ଠିଆ ହୋଇଥିବା ବେଳେ ଏକ ବୁଥ୍ ବାହାରେ କିଛି ଭୋଟରଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଅଲୁ ଅର୍ଜୁନ ତାଙ୍କ ଭୋଟ୍ ଦେବା ପରେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଦାୟିତ୍ୱର ସହ ଆସି ଆପଣ ନିଜର ଭୋଟ ଦିଅନ୍ତୁ।

ଚୀରଞ୍ଜୀବୀ: ସେହିପରି ଅଭିନେତା ଚୀରଞ୍ଜୀବୀ ମଧ୍ୟ ସକାଳୁ ତାଙ୍କର ମତଦାନ କରିଛନ୍ତି। ସେ ତାଙ୍କ ପରିବାର ସହିତ ଜୁବ୍‌ଲି ହିଲ୍ସରେ ଯାଇ ଭୋଟ୍‌ ଦେଇଛନ୍ତି। ଏକ କଳା ରଙ୍ଗର ପୋଷାକରେ ପରିବାର ସହ ଖାଲି ପାଦରେ ଚୀରଞ୍ଜୀବୀଙ୍କୁ ଜୁବ୍‌ଲି ହିଲ୍ସ ବୁଥ୍‌ରେ ଯାଇ ଭୋଟ୍‌ ଦେଇଥିବା ଦେଖିବାକୁ ମିଳିଛି। ଭୋଟ୍ ଦେଇ ସେ ନିଜ କାର ଭିତରକୁ ଯିବା ପରେ ରାଜ୍ୟବାସୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ଯେ “ସମସ୍ତେ ଭୋଟ୍ ଦେବା ଉଚିତ୍!

ଜୁନିୟର୍‌ ଏନ୍‌ଟିଆର୍‌: ସେହିପରି ଭୋଟ୍‌ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଥିଲେ ଜୁନିୟର୍‌ ଏନ୍‌ଟିଆର୍‌। ସେ ସକାଳୁ ନିଜ ପତ୍ନୀ ଓ ମାଆଙ୍କ ସହ ଭୋଟ୍‌ ଦେବାକୁ ଯାଇଥିବା ବେଳେ ଏକ ଡେନିମ୍‌ ଜିନ୍‌ସକୁ ଧଳା ରଂଗର ଟି-ସାଟ୍‌ ପିନ୍ଧିଥିଲେ।

Get real time updates directly on you device, subscribe now.