fbpx

ଲୋକୋ ପାଇଲଟଙ୍କ ଅଜବ କାରନାମା, ମଝି ରାସ୍ତାରେ ଫସି ରହିଲେ ୨୫୦୦ ଯାତ୍ରୀ

Advertisement

ନୂଆଦିଲ୍ଲୀ: ସହରସାରୁ ଦିଲ୍ଲୀ ଯାଉଥିବା ସ୍ପେସିଆଲ ଟ୍ରେନ୍ ବୁଢାବଳ ରେଳଷ୍ଟେସନରେ ଅଟକି ରହିଥିଲା । ଯାତ୍ରୀ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ । ଏକ ଘଣ୍ଟା ପରେ ସମସ୍ତେ ପଚରାଉଚୁରା କଲା ପରେ ଜଣାପଡିଲା କି ଟ୍ରେନର ଲୋକୋପାଇଲଟ୍ ଓ ଗାର୍ଡଙ୍କ ଡ୍ୟୁଟି ସମୟ ସମାପ୍ତ ହୋଇଯାଇଥିବାରୁ ସେମାନେ ଚାଲିଯାଇଛନ୍ତି । ଏହା ଶୁଣିବା ପରେ ଟ୍ରେନରେ ଥିବା ୨୫୦୦ ଯାତ୍ରୀଙ୍କ ମୁଣ୍ଡ ଘୁରେଇ ଯାଇଥିଲା । ଏହାପରେ ସେମାନେ ସମସ୍ତେ ଏକତ୍ର ହୋଇ ସେଠାରେ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଏହି ଖବର ଉଚ୍ଚାଧିକାରୀଙ୍କ ପାଖରେ ପହଞ୍ଚିବା ପରେ ସେମାନେ ଗୋଣ୍ଡାରୁ ଡ୍ରାଇଭର ଓ ଗାର୍ଡ ପଠାଇଥିଲେ । ଏହାରି ମଧ୍ୟରେ ପ୍ରାୟ ସାଢେ ୩ ଘଣ୍ଟା ସମସ୍ତ ଯାତ୍ରୀ ଭୋକ ଉପାସରେ ସେହିଠାରେ ପଡି ରହିଥିଲେ ।

ବୁଧବାର ଦିନ ପ୍ରାୟ ୧ଟା ସମୟରେ ସହରସାରୁ ଦିଲ୍ଲୀ ଯାଉଥିବା ସ୍ପେସାଲ ଟ୍ରେନ୍ ବୁଢାବଳ ଷ୍ଟେସନ ନିକଟରେ ଅଟକିଥିଲା । ଏହି ସମୟରେ ଏକ ମାଲଗାଡି ଟ୍ରେନ୍‌କୁ ଅତିକ୍ରମ କରିଥିଲା । ଯାତ୍ରୀ ଭାବିଥିଲେ କ୍ରସିଂ କାରଣରୁ ଟ୍ରେନକୁ ଅଟକାଯାଇଛି କିନ୍ତୁ ଏହାରି ମଧ୍ୟରେ ୧ ଘଣ୍ଟା ବିତିଯାଇଥିଲେ ବି ଟ୍ରେନ୍ ଗଡି ନ ଥିଲା । ଏହା ଦେଖି ବହୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହାପରେ ଯାଇ ଷ୍ଟେସନ ଅଧୀକ୍ଷକଙ୍କ ନିଦ ଭାଙ୍ଗିଥିଲା । ସେ ଟ୍ରେନର ଇଂଜିନ ପାଖକୁ ଯେତେବେଳେ ଯାଇଥିଲେ ସେତେବେଳେ ଚାଳକ ଓ ଗାର୍ଡ ତାଙ୍କୁ କହିଥିଲେ ଯେ, ସେମାନଙ୍କ ଡ୍ୟୁଟି ଟାଇମ୍ ସରି ଯାଇଥିବାରୁ ସେମାନେ ଟ୍ରେନକୁ ଆଉ ଆଗକୁ ନେବେ ନାହିଁ । ଏହା କହି ସେମାନେ ମେମୋ ଦେଇ ବୁଢାବଳ ଷ୍ଟେସନରୁ ଚାଲିଯାଇଥିଲେ । ଏହାପରେ ଯାତ୍ରୀମାନେ ଲାଇନ୍ ଉପରକୁ ଆସି ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ଓ କୌଣସି ଟ୍ରେନକୁ ଯିବାକୁ ଦେଇ ନ ଥିଲେ । ୨ ଘଣ୍ଟା ପରେ କଣ୍ଟ୍ରୋଲ ରୁମ୍‌କୁ ଏହି ସୂଚନା ଦିଆଯିବା ପରେ ଗୋଣ୍ଡାରୁ ଡ୍ରାଇଭର ଓ ଗାର୍ଡ ପଠାଯାଇଥିଲା । ଟ୍ରେନ୍ ୪ଟା ୫୦ରେ ଗଡିବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.