fbpx

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦେବ ନୂଆବର୍ଷ ଭେଟି! ବ୍ୟାଙ୍କ କର୍ମଚାରୀଙ୍କର ବେତନ ବଢ଼ିବ, ସପ୍ତାହକୁ ଦୁଇଦିନ ଛୁଟି ମିଳିବ, IBA ପକ୍ଷରୁ ଦିଆଗଲା ପ୍ରସ୍ତାବ

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଗକୁ ନୂଆ ବର୍ଷ ଆସୁଥିବା ବେଳେ ଏହି ଅବସରରେ ବ୍ୟାଙ୍କ କର୍ମଚାରୀଙ୍କୁ ଡବଲ୍ ପ୍ରଫିଟ ମିଳିବାର ସମ୍ଭାବନା ରହିଛି । ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ନେଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ) ପ୍ରସ୍ତାବ ରଖିଛି । ଏଥିସହିତ କର୍ମଚାରୀଙ୍କର ୫ ଦିନ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

ଏକ ରିପୋର୍ଟ ମୁତାବକ, ଆଇବିଏ ଓ ବ୍ୟାଙ୍କ ୟୁନିୟନ ସହିତ ଏହି ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ଦୁଇ ମାମଲାରେ ନିଷ୍ପତ୍ତି ନିଆଯିବ । ପ୍ରଥମ ଥର ୧୫ ପ୍ରତିଶତ ବେତନ ବୃଦ୍ଧିକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବେତନ ବୃଦ୍ଧି ନେଇ ବୈଠକରେ କଥା ଉଠିଥିଲା । ଗତ ୨୦୨୨ ମସିହା ନଭେମ୍ବର ମାସ ୧ ତାରିଖରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଆଇବିଏ ମଧ୍ୟରେ ବେତନ ବୃଦ୍ଧିକୁ ନେଇ ଆଲୋଚନା ସମାପ୍ତ ହୋଇଯାଇଛି । ଏହାପରେ ବେତନ ବୃଦ୍ଧିକୁ ନେଇ ବ୍ୟାଙ୍କ ୟୁନିୟନ ଓ ଆଇବିଏ ମଧ୍ୟରେ ଆଲୋଚନା ଜାରି ରହିଛି ।

ଯଦି ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ ଓ ବେତନ ବୃଦ୍ଧି ପ୍ରସଙ୍ଗ ଫାଇନାଲ ହୁଏ ତେବେ ଏହି ନିୟମ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ । ସପ୍ତାହକୁ ଦୁଇ ଦିନ ଛୁଟି ମିଳିବା ନେଇ ଦୀର୍ଘ ସମୟ ଧରି ବ୍ୟାଙ୍କ ୟୁନିୟନ ପକ୍ଷରୁ ଦାବି କରାଯାଇ ଆସୁଅଛି । ବର୍ତ୍ତମାନ ବ୍ୟାଙ୍କରେ ତୃତୀୟ ଓ ଚତୁର୍ଥ ଶନିବାର ଛୁଟି ମିଳୁଥିବା ବେଳେ ୫ ଦିନିଆ କାର୍ଯ୍ୟ ଦିବସକୁ ସ୍ୱୀକାର କରାଗଲେ ବ୍ୟାଙ୍କରେ କାର୍ଯ୍ୟ ସମୟ ୩୦-୪୫ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି ହେବ । ଡିସେମ୍ବର ମାସ ମଧ୍ୟଭାଗରେ ଏନେଇ ନିଷ୍ପତ୍ତି ନିଆଯାଇପାରେ । ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ତା’ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଦୁଇଟି ବଡ଼ ଗିଫ୍ଟ ଦେଇପାରନ୍ତି । ମନ୍ତ୍ରଣାଳୟର ଅନୁମୋଦନ ପରେ ଏହା ନିୟମ ନିୟମରେ ପରିଣତ ହୋଇଯିବ ।

Get real time updates directly on you device, subscribe now.