fbpx

ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ: ଜଳିଗଲା ୮ ବଖରା, ଜଣେ ଜୀବନ୍ତ ଦଗ୍ଧ

ଗୁଣପୁର: ଟ୍ରେଜରୀ ଅଫିସ୍ ନିକଟ ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୮ ବଖରା ଘର ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଛି । ଘରେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଇଲେକଟ୍ରିକ ସର୍କିଟ ପାଇଁ ନିଆଁ ଲାଗିଛି ବୋଲି କୁହାଯାଉଛି । ଘରେ ନିଆଁ ଲାଗିବା ସମୟରେ ସମସ୍ତେ ଘରୁ ପଦାକୁ ପଳାଇ ଆସିଥିଲେ । ହେଲେ ଜଣେ ବ୍ୟକ୍ତି ଅଗ୍ନିକାଣ୍ଡରେ ଫସିଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

Get real time updates directly on you device, subscribe now.