fbpx

ମନ୍ଦିରରେ ବାନାରେ ନିଆଁ ଲାଗିବା ଘଟଣାର ଖୁଲାସା କଲେ ଚୁନେରା ସେବାୟତ

ପୁରୀ, ୨୦ା୩(ଓଡ଼ିଶା ଭାସ୍କର): ଗତକାଲି ଶ୍ରୀମନ୍ଦିର ଉପରେ ନୀଳଚକ୍ର ଉଡ଼ୁଥିବା ପତିତପାବନ ବାନା ପୋଡ଼ିବା କଥା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା । କିନ୍ତୁ ବାନା ପୋଡ଼ବା ଘଟଣାକୁ ଆଜି ଖଣ୍ଡନ କରିଛନ୍ତି ଚୂନେରା ସେବାୟତ । ପାପ ମୋଚନ ଏକାଦଶୀ ଯୋଗୁଁ ଅଁଳାବେଢ଼ାରେ ମହାଦୀପ ଉଠିଥିଲା । ପବନ ଯୋଗୁଁ ମହାଦୀପରୁ ନିଆଁ ଉଡ଼ିି ଯାଇଥିଲା । ଏହାସହ କୌଣସି ବାନାରେ ଲାଗି ନିଆଁ ନଥିଲା ବୋଲି ସେ କହିଛନ୍ତି । ଏହା ଜଗତ ପାଇଁ ମଙ୍ଗଳ ଏବଂ ଏଥିରେ କୌଣସି ପ୍ରକାର ଭୟଭିତ ହେବାର ନାହିଁ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ ଯେ ଗତକାଲି ପାପମୋଚନଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ମିନିଟରେ ପାଳିଆ ସେବକ ମହାଦୀପ ଉଠାଇଥିଲେ । ସେତେବେଳେ ଝିପିଝିପି ବର୍ଷାହେବା ସହ ପବନ ମଧ୍ୟ ହେଉଥିଲା । ମହାଦୀପର ନିଆଁରେ ପତିତପାବନ ବାନାକୁ ନିଆଁ ଲାଗିଥିଲା ବୋଲି ଖବର ଚାରିଆଡ଼େ ଖେଳିଥିଲା । ଯାହାକୁ ଆଜି ଖଣ୍ଡନ ସହ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଚୂନେରା ସେବାୟତ କହିଛନ୍ତି ।

Get real time updates directly on you device, subscribe now.