fbpx

ୟୁନିଅନ୍ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା

ନୂଆଦିଲ୍ଲୀ, ୨୦ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଟଙ୍କା ୟୁନିଅନ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୩ବର୍ଷିଆ ସ୍ଥାୟୀ ଜମା ଉପରେ ୫.୭୫% ସୁଧ ଦେବ ୟୁନିଅନ ବ୍ୟାଙ୍କ୍ । ଉଭୟ ଶ୍ରୀମନ୍ଦିର ଓ କର୍ପସ ପାଣ୍ଠି ଅର୍ଥ ୟୁନିଅନ୍ ବ୍ୟାଙ୍କରେ ରଖାଯିବ । ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ ୮ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ । ସେମାନଙ୍କ ମଧ୍ୟରୁ ଇଣ୍ଡିଆନ ବ୍ୟାଙ୍କ୍ ୫.୪୦% ସୁଧ ଦେବାକୁ କହିଥିବା ବେଳେ କାନାରା ବ୍ୟାଙ୍କ୍ ୫% ସୁଧ ଦେବାକୁ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲିଠାରୁ ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ସ୍ୱାଭାବିକ ହୋଇଛି । ଜଗନ୍ନାଥଙ୍କ ଜମା ଟଙ୍କା ମଧ୍ୟ ଫେରିଥିଲା । ଶ୍ରୀମନ୍ଦିରରେ ୩୯୭ କୋଟି ୨୩ଲକ୍ଷ ୨୭ହଜାର ୬୩୬ଟଙ୍କା ଫେରିଥିଲା । ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିଲା । ଆଉ ଅବଷିଷ୍ଟ ୧୫୬କୋଟି ଟଙ୍କାର ଅନ୍ୟ ୨ଟି ସ୍ଥାୟୀ ଜମା ମାର୍ଚ୍ଚ ୩୦ରେ ମିଳିଯିବ ।

Get real time updates directly on you device, subscribe now.