ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ, ଜଣେ ଆହତ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଡାଟିଆ ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ଗୁଳି ବିନିମୟ ଘଟିଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ରେଡା ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏଠାରେ ପାଲ ଏବଂ ଡାଙ୍ଗି ସମ୍ପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହା ଏକ ଭୟଙ୍କର ମୋଡ଼ ନେଇଛି। ଏହି ଝଗଡା ବେଳେ ଗୁଳି ବିନିମୟ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବିହାରର ମୁଜଫାରପୁରେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇ ହତ୍ୟା କରାଯାଇଥିଲା। ବିଳମ୍ବିତ ରାତ୍ରୀରେ ଜଣେ ଓକିଲଙ୍କ ଘରେ ପଶି ୫ଜଣଙ୍କୁ ଗୁଳି କରାଯାଇଥିଲା। ଯେଉଁଥିରେ ଜଣେ ଜମିବାଡି ଡିଲର ଏବଂ ଜଣେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ବିଳମ୍ବିତ ରାତିରେ ଦୁଇ ଜଣ ବାଇକରେ ୪ଜଣ ଦୁର୍ବୁତ୍ତ ସେୟଦ କାସିସ ଇସନ ନାମକ ଓକିଲଙ୍କ ଘରେ ପସି, ଗୁଳିଚାଳନା ଆରମ୍ଭ କରିଥିଲେ । ଏହି ଫାଏରିଙ୍ଗରେ ଜମିବାଡି ଡିଲର ଆଶୁତୋଷ ଶାହୀ, ତାଙ୍କ ବଡି ଗାର୍ଡ ମହମ୍ମଦ ନିଜାମୁଦ୍ଦୀନଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଗୁଳିକାଣ୍ଡରେ ଅନ୍ୟ ୩ଜଣ ଗୁରୁତର ଥିଲେ ।

Get real time updates directly on you device, subscribe now.