fbpx

ସଇଁତଳାରେ ଗୁଳିମାଡ, ଜଣେ ଆହତ

ବଲାଙ୍ଗୀର,୨୭ ।୧(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଆଜି ହୋଇଛି ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବେଲଗାଁ ନିକଟରେ ଦୃର୍ବୁତ୍ତଙ୍କ ଗୁଳିମାଡରେ ଯୁବକ ଜଣକ ଆହତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଗୁଳିମାଡ ପରେ ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.