fbpx
BSKY
BJD MC SKY
BJD YOUTH SKY

BJD ନେତାଙ୍କୁ ଗୁଳିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଘଟିଯାଇଛି ଏପରି ଏକ ବଡ଼ ଘଟଣା । କାମାକ୍ଷାନଗର ଅଞ୍ଚଳରେ ଜଣେ ବିଜେଡି ନେତା ତଥା ଠିକାଦାରଙ୍କୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ବିଜେଡି ନେତା କାହ୍ନୁଚରଣ ସାହୁ କାର ଯୋଗେ ଘରକୁ ଫେରିବା ସମୟରେ ତାଙ୍କୁ କିଛି ଦୁର୍ବତ୍ତି ଗୁଳିମାଡ଼ କରିଥିଲେ ।

ସୂଚନା ମୁତାବକ, ଏହି ଗୁଳିମାଡ଼ରେ କାହ୍ନୁଚରଣ ଗୁରୁତର ହୋଇଛନ୍ତି । ମେନରୋଡ଼୍ ସ୍ଥିତ ତାରିଣୀ ଅଳଙ୍କାର ଦୋକାନ ସମ୍ମୁଖରେ ଏହି ଗୁଳିମାଡ଼ କରାଯାଇଥିଲା । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ତାଙ୍କର ହାତ ଓ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି । ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି କାହ୍ନୁଚରଣଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ । ଏହି ଘଟଣାକୁ ନେଇ କାମାକ୍ଷାନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଜିଲ୍ଲାର ପୂର୍ବତନ ଉପସଭାପତି କାହ୍ନୁଚରଣଙ୍କୁ ପ୍ରଥମେ ଦୁର୍ବୃତ୍ତମାନେ ପିଛା କରିଥିଲେ । ଏହାପରେ ସେମାନେ ବିଜେଡି ନେତାଙ୍କ ବାସଭବନ ଆଗରେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତବର୍ଷ ଅକ୍ଟୋବର ମାସରେ ତାଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା ବେଳେ ଡିସେମ୍ବର ମାସରେ ତାଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ହୋଇଥିଲା । ତେବେ ପୂର୍ବରୁ କାହ୍ନୁଚରଣଙ୍କୁ ଅପହଣ କରିଥିବା ଦୁର୍ବୃତ୍ତଙ୍କ ସହଯୋଗୀ ଏହି ଗୁଳିମାଡ଼ କରିଛନ୍ତି । ଅପରାଧୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଇଥିବା ଢେଙ୍କାନାଳ ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.