fbpx

ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ କଲେ ବୈଜ୍ଞାନିକ: ହରମୋନ ମୁକ୍ତ ପୁରୁଷ ଜନ୍ମ ନିୟନ୍ତ୍ରଣ ବଟିକା ପାଇଁ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ମୂଷାଠାରେ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ବୈଜ୍ଞାନିକମାନେ ଚଳିତ ସପ୍ତାହରେ ହରମୋନ ମୁକ୍ତ ପୁରୁଷ ଜନ୍ମ ନିୟନ୍ତ୍ରଣ ବଟିକା ପାଇଁ ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ କରିଛନ୍ତି । ‘ୱାଇସିଟି-୫୨୯’ ଡ୍ରଗର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି । ପୁରୁଷଙ୍କ ସକ୍ରିୟ ଯୌନ ସମ୍ବନ୍ଧ ପାଇଁ ନିରୋଧ ଓ ଭାସେକ୍ଟୋମିସ ପରି ଗର୍ଭନିରୋଧକର ବିକଳ୍ପ ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ଦଶନ୍ଧି ଧରି ପ୍ରୟାସ ଜାରି ରଖିଛନ୍ତି ।

ଦଶନ୍ଧି ଧରି ମହିଳାଙ୍କ କ୍ଷେତ୍ରରେ ଏନେଇ ସାଇଡ୍ ଇଫେକ୍ଟସ ଦେଖାଦେଉଥିବା ବେଳେ ତାହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ହରମୋନ କାରଣରୁ ମୁଡ଼ରେ ପରିବର୍ତ୍ତନ ସହିତ ଅନ୍ୟ କିଛି ସମସ୍ୟା ଦେଖାଯାଇଥାଏ । ଏପରି କ୍ଷେତ୍ରରେ ‘ୱାଇସିଟି-୫୨୯’ ସମ୍ଭାବ୍ୟ ସଫଳତା ଏକ ନୂଆ ବିକଳ୍ପ ସୃଷ୍ଟି କରିପାରେ । ତେଣୁ ପୁରୁଷ ଜନ୍ମ ନିୟନ୍ତ୍ରଣ ପିଲ୍ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା ଜାରି ରଖିଛନ୍ତି ।

ଗର୍ଭନିରୋଧକ ପିଲ୍ କାରଣରୁ ମହିଳାମାନେ ଦଶନ୍ଧି ଧରି ବିଭିନ୍ନ ସମସ୍ୟାର ସାମ୍ନା କରିଆସୁଥିବା ବେଳେ ଏଭଳି ସ୍ଥିତିରେ ସାରା ବିଶ୍ୱ ହରମୋନ ମୁକ୍ତ ପୁରୁଷ ଗର୍ଭନିରୋଧକ ପିଟ୍ ପାଇବାକୁ ଅପେକ୍ଷା କରି ରହିଛି । ଏହି ବଟିକାର ବିକାଶ କାର୍ଯ୍ୟର ନେତୃତ୍ୱ ନେଇଥିବା ଜଣେ ବୈଜ୍ଞାନିକ ଏନେଇ ସୂଚନା ଦେଇଛନ୍ତି । ଏହି ନୂଆ ପିଲ ରିସେପଟର-ଆଲଫାକୁ ପ୍ରତିରୋଧ କରି କାର୍ଯ୍ୟ କରିବ ବୋଲି କୁହାଯାଇଛି । ମୂଷା କ୍ଷେତ୍ରରେ ଏହା ଗର୍ଭଧାରଣ ରୋକିବା ନେଇ ୯୯ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ବେଳେ ମାନବ ପରୀକ୍ଷଣ କ୍ଷେତ୍ରରେ ମଧ୍ୟ ବୈଜ୍ଞାନିକମାନେ ସମାନ ସ୍ତରର ସଫଳତା ହାସଲ କରିଛନ୍ତି । ଏହି କାର୍ଯ୍ୟ ଆସନ୍ତା ବର୍ଷ ମଧ୍ୟଭାଗରେ ସମାପ୍ତ ହେବ ବୋଲି ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.