fbpx

ଆସନ୍ତାକାଲି ଭାରତରେ ପହଞ୍ଚିବ ସ୍ଫୁଟନିକ୍ ଭି ଟିକା

ନୂଆଦିଲ୍ଲୀ, ୩୦ା୪ (ଓଡିଶା ଭାସ୍କର) : ଭାରତ ସରକାର ଋଷିୟାନ୍ ଟିକା ସ୍ଫୁଟନିକ୍ ଭି ଟିକାକୁ ଚଳିତ ବର୍ଷ ଅନୁମୋଦନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସ୍ଫୁଟନିକ୍ ଭି ଟିକା ଆସି ଦେଶରେ ପହଞ୍ଚିବ । ଟିକା ପହଞ୍ଚିବା ପରେ ଖୁବ୍ ଶୀଘ୍ର ଲୋକଙ୍କୁ ଟିକାକରଣ କରାଯିବ । ଏନେଇ ଋଷିଆନ୍ ପ୍ରତ୍ୟକ୍ଷ ବିନିଯୋଗ ଫଣ୍ଡ ବା ଆରଡିଆଇଏଫ୍ ଏନେଇ ସୁଚନା ଦେଇଛନ୍ତି । ମେ ୧ ତାରିଖରୁ ସାରା ଦେଶରେ ୧୮ ରୁ ୪୪ ବର୍ଷ ମଧ୍ୟରେ ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ଏହି ଟିକା ଆସି ଭାରତରେ ପହଞ୍ଚିବ ।

Get real time updates directly on you device, subscribe now.